ବଲାଙ୍ଗିର କୁନି ଝିଅ ପରୀର କମାଲ : ୟୁଟ୍ୟୁବ ଦେଲା ୟୁଟ୍ୟୁବ କ୍ରିଏଟର ଟ୍ରଫି ସମ୍ମାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ସାତ ବର୍ଷର ଝିଅ ପରୀର କମାଲ । ୟୁଟ୍ୟୁବରେ ସେ ନିଜର ପ୍ରତିଭା ଦେଖାଇ ସାରା ଭାରତ ତଥା ବିଶ୍ୱର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଓଡିଶାକୁ ଗୈାରୋବାନ୍ୱତି କରିଛନ୍ତି । ତେବେ ଲର୍ଣ୍ଣ ଉଇଥ ପରୀ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲି ବର୍ଷକରେ ପ୍ରାୟ ଦୁଇ ଲକ୍ଷ ସବସ୍କ୍ରାଇବର ସୃଷ୍ଟି କରିପାରିଛନ୍ତି । ଏଥିରୁ ସେ ମାସକୁ ପ୍ରାୟ ଦେଢ ଲକ୍ଷ ଟଙ୍କା ଆୟ କରୁଥିବା ଯାହା ଜଣାପଡିଛି । ଏଥି ପାଇଁ ୟୁବ୍ୟୁବ ପକ୍ଷରୁ ସମ୍ମାନଜନକ ୟୁଟ୍ୟୁବ କ୍ରିଏଟର୍‌ ଟ୍ରଫି ହାସଲ କରିଛନ୍ତି । ପିତା ଆଶୁତାଷ ଦାସ ଓ ମାଁ ଇନ୍ଦିରା ମିଶ୍ରଙ୍କର ଝିଅ ହେଉଛନ୍ତି ଅନ୍ୱେଷା ଦାସ ଓରଫ ପରୀ । ପିତା ମାତାଙ୍କ ସହ ସେ ବେଙ୍ଗାଲୋରରେ ରହୁଛନ୍ତି । ଓଡିଶୀ, ଭାରତନାଟ୍ୟମ୍‌ , ବଲିଉଡ ଗୀାତରେ ସେ ନାଚି ନିଜ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରନ୍ତି । ଯାହା ପରୀଙ୍କୁ ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ତାଙ୍କ ଚ୍ୟାନେଲରେ ୯୦ ପ୍ରତିଶତ ଦର୍ଶକ କେବଳ ଭାରତରେ ରହିଛନ୍ତି । ତେବେ ନେପାଳ, ଆମେରିକା, ଶ୍ରୀଲଙ୍କା, ଇଟାଲୀ ଭଳି ବିଦେଶରେ ମଧ୍ୟ ବହୁତ ଦର୍ଶକ ଅଛନ୍ତି ।

Leave A Reply

Your email address will not be published.