କମାଲ କଲେ ନାରାୟଣ ଡ୍ୟାନ୍ସ ଏକାଡେମୀର ଦୁଇ କୁନି ଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଇଁ ଗର୍ବ ଆଣିଲେ ଦୁଇ କୁନି ଛାତ୍ରୀ । ବଲାଙ୍ଗିର ସହରର ନାରାୟଣ ପ୍ଲେ ସ୍କୁଲର ନାରାୟଣ ଡ୍ୟାନ୍ସ ଏକାଡେମୀର ଦୁଇଜଣ କୁନି ଛାତ୍ରୀ ବଲାଙ୍ଗିର ସହରର ଇସକକନ୍ ମନ୍ଦିରରେ ଆୟୋଜିତ ଜନ୍ମାଷ୍ଟମୀ ଡ୍ୟାନ୍ସ କାର୍‌ନିଭାଲ୍‌ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରଥମ ସ୍ଥାନରେ ଛାତ୍ରୀ ନୈନିକା ତ୍ରିପାଠୀ ରହିଥିବା ବେଳେ ତୃତୀୟ ସ୍ଥାନରେ ସ୍ଵୀକୃତି ପଟ୍ଟନାୟକ ରହିଛନ୍ତି । ଦୁଇ କୁନି ଛାତ୍ରୀଙ୍କ ପାଇଁ ବଲାଙ୍ଗିରରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯିବା ସହ ଶୁଭେଚ୍ଛା ଜଣାଯାଇଛି । ସ୍କୁଲ୍ ପ୍ରିନ୍ସିପାଲ୍ ଦିବ୍ୟନାରାୟଣ ମିଶ୍ର ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଉତ୍ତୋରତ୍‌ତ୍ତର କାମନା କରିଥିଲେ ।

jittmm
Leave A Reply

Your email address will not be published.