
କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବାରବନ୍ଧା ପଞ୍ଚାୟତ, ବେଲ୍ଗାଆଁର ଝିଅ ରାଜ୍ୟସ୍ତରୀୟ ଘୋଷଣାନାମା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ଏକ ଲକ୍ଷ ଟଙ୍କା ଅର୍ଥରାଶି ଦ୍ଵାରା ପୁରସ୍କୃତ ହେଇଛନ୍ତି । ବେଲ୍ଗାଆଁ ନିବାସୀ ହେମନ୍ତ ସାହୁ ଏବଂ ସଂଘମିତ୍ରା ସାହୁଙ୍କ ବଡ଼ ଝିଅ କୁମ୍କୁମ୍ ପ୍ରିୟଦର୍ଶିନୀ ସାହୁ ନେହେରୁ ଯୁବ କେନ୍ଦ୍ର ତରଫରୁ ମୋ ଭାରତ ବିକଶିତ ଭାରତ ୨୦୪୭ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲାରୁ ପ୍ରଥମ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇ କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । କୁମ୍କୁମ୍ ସମ୍ପ୍ରତି ଗୁରୁ ଘାସି ଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକୋତ୍ତର ପରେ ପିଏଚ୍ଡି ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।