ଛାତ୍ର କଂଗ୍ରେସ ରାଜ୍ୟ ସଧାରଣ ସମ୍ପାଦକ ହେଲେ ମହେଶ କୁମାର ଗୌଡ଼

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଧାରଣ ସମ୍ପାଦକ ରୂପେ ଛାତ୍ର ନେତା ମହେଶ କୁମାର ଗୌଡ଼ଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଛି । ଛାତ୍ର ରାଜନୀତିରୁ ଜଣେ ସୁ ସଂଗଠକ ଭାବେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଛାତ୍ର ଓ ଯୁବକମାନଙ୍କୁ ସଂଗଠିତ କରି ଦଳକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଉକ୍ତ ଦାୟିତ୍ଵ ପ୍ରଦାନ କରିଥିବାରୁ ପିସିସି ସଭାପତି ଭକ୍ତ ଚରଣ ଦାସ, ପିସିସି ଉପସଭାପତି ତଥା ସାନଖେମଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଓଡ଼ିଶା ପ୍ରଦେଶ ଯୁବ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନଙ୍କ ସମେତ ସମସ୍ତ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଗାମୀ ଦିନରେ ଛାତ୍ର ସଂଗଠନକୁ କ୍ରିୟାଶୀଳ କରି କିପରି ସଂଗଠନକୁ ସୁଦୃଢ଼ କରାଯିବ ବୋଲି ମହେଶ କୁମାର ଗୌଡ଼ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.