- ସଭାପତି ଭାବେ ବିନୋଦ ବିଶ୍ୱାଳ ମନୋନୀତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ପଞ୍ଚାୟତର ମଲଦା ସ୍ତରୀୟ ବିଶାଶହେ କୁଲୁତା ସମାଜ ପକ୍ଷରୁ ଏକ ସଭା ମଲଦା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କୁଲୁତା ସମାଜର ଏକତାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ପରେ ସଭାରେ ମଲଦା କେନ୍ଦ୍ରର ସମାଜର ଭାଇମାନଙ୍କୁ ନେଇ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ । ନୂତନ କର୍ମକର୍ତ୍ତା ଭାବେ ସଭାପତି ବିନୋଦ ବିଶ୍ୱାଳ, ଉପ ସଭାପତି ଭାବେ ଅଶୋକ କୁମାର ଭୋଇ, ସମ୍ପାଦକ ଭାବେ ପାତାଲ ସାହୁ, କୋଷାଧ୍ୟକ୍ଷ ଭାବେ ଲୋକନାଥ ବିଶ୍ୱାଳ ଓ ଉପ କୋଷାଧ୍ୟକ୍ଷ ଭାବେ ହେମନ୍ତ ସାହୁ ସର୍ବସମ୍ମତି କ୍ରମେ ନିର୍ବାଚନ ହୋଇଛନ୍ତି । ଆଗାମୀ ଦିନରେ ମଲଦା କେନ୍ଦ୍ରର ବିଶାଶହେ କୁଲୁତା ସମାଜର ସଂଗଠନକୁ ସୁଦୃଢ କରିବା ନେଇ ନୂତନ କର୍ମକର୍ତ୍ତାମାନେ ଏକ ପ୍ରକାର ଶପଥଗ୍ରହଣ କରିଥିଲେ । ଶେଷରେ ବାଜିବନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।