ପ୍ରଫେସର ବିଧୁଭୂଷଣ ମିଶ୍ର ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ୱର : ରାଜ୍ୟପାଳ ତଥା ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶୀଲାଲ୍‌ ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କୁ ୪ ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରିଛନ୍ତି । ପ୍ରଫେସର ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ପ୍ରଶାସନ ବିଭାଗର ପ୍ରଫେସର ଭାବରେ ଅବସର ନେଇଛନ୍ତି । ସେ ୯ଟି ପୁସ୍ତକ ରଚନା କରିଛନ୍ତି ଏବଂ ଖ୍ୟାତନାମା ପତ୍ରିକାରେ ତାଙ୍କର ୧୨୨ଟି ଲେଖା ପ୍ରକାଶିତ ହୋଇଛି । ଅଧ୍ୟାପନା କ୍ଷେତ୍ରରେ ତାଙ୍କର ୩୪ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି ।

Leave A Reply

Your email address will not be published.