ବାରାହ ଫାଶରେ ଫସିଲା କୁକୁର : ବନ ବିଭାଗଦ୍ୱାରା ଉଦ୍ଧାର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ଚଟୁଅନକା ପଂଚାୟତ ବେହେରେନସିଲେଟ ଗାଁରେ ଏକ ଅଭାବନୀୟ ଘଟଣା ରବିବାର ସକାଳୁ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ କେତେକ ଦୁର୍ବୃତ୍ତ ଚଟୁଅନକା-ବେହେରେନସିଲେଟ ରାସ୍ତାର ପୋଖରୀ ନିକଟରେ ଥିବା ଗାଁ ଜଂଗଲରେ ଶନିବାର ରାତିରେ ବାରାହ ଧରିବା ପାଇଁ ବାରାହ ଫାଶ ଲଗାଇଥିଲେ । ବାରାହ ଫାଶରେ ବାରାହ ବଦଳରେ ଏକ ବୁଲା କୁକୁର ପଡିଥିବା ନେଇ ସ୍ଥାନୀୟ ଜଂଗଲ ବିଭାଗକୁ ଖବର ମିଳିବା ପରେ ଘଟଣାସ୍ଥଳକୁ ଯାଇ ଫାଶରେ ପଡିଥିବା କୁକୁରକୁ ବନ ବିଭାଗ ଉଦ୍ଧାର କରି ଛାଡି ଦେଇଥିବା ଜଣାପଡିଛି । ଏହି ଉଦ୍ଧାର କାର୍ଯ୍ୟରେ କଂଟାବାଂଜି ବନ ବିଭାଗ ଫରେଷ୍ଟର ବିଘ୍ନରାଜ ପୋଢ, ପାରାସ୍କ୍ୱାର୍ଡ ଜଲନ ବନଛୋର, ପିତ ପନିକା, ଜଲଧର ବାଗ ସାମିଲ ଥିଲେ ।

Leave A Reply

Your email address will not be published.