ଅବକାରୀ ବିଭାଗର ନୀରବତା କୁଚିଆ ମଦ ଭାଟିକୁ ପ୍ରୋତ୍ସାହିତ କରୁଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଅନେକ ଗ୍ରାମରେ କୁଚିଆ ମଦଭାଟି ବହୁତ ଜୋରରେ ଚାଲିଛି । ନିଜ ପାଖରେ ମଦ ପାଇ ଅନେକ ନାବାଳକ ପଥଭ୍ରଷ୍ଟ ହୋଇ ଅସାମାଜିକ କାମ କରିବାକୁ ପଛ ଘୁଞ୍ଚା ଦେଉନାହାନ୍ତି । ଫଳରେ ଗ୍ରାମରେ ଚୋରି, ଗୁଣ୍ଡା ଓ ଅନେକ ଦୁର୍ନୀତି ହେଉଛି । କିନ୍ତୁ ତାକୁ ଆୟତ୍ତ କରିବାକୁ ସରକାର ଅବକାରୀ ବିଭାଗ ରଖିଛନ୍ତି । ପାଇକମାଲ ଠାରେ ଥିବା ଅବକାରୀ ବିଭାଗ କାର୍ଯ୍ୟାଳୟ ନାମକୁ ମାତ୍ର ରହିଛି । ବିଭାଗର ନୀରବତା ଯୋଗୁଁ କୁଚିଆ ମଦ ଭାଟିର ପ୍ରାଦୁର୍ଭାବ ବୃଦ୍ଧି ପାଉଛି । ଅପରପକ୍ଷରେ ଦିନଦାହାଡରେ କୁଚିଆ ମଦ ବିକ୍ରି ହେଉଛି । ଗଣପର୍ବ ନୂଆଁଖାଇ ଥିବା ବେଆଇନ କୁଚିଆ ମଦ କୁଚିଆମାନେ ସକ୍ରିୟ ହୋଇ ପଡିଛନ୍ତି । ଏଥି ପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.