ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଖୋଜାପଲ୍ଲୀ ଗାଁରେ କୁବେରଙ୍କ ଘର ଠାବ : ଅଧିକ ତଦନ୍ତ ଜାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଳିଯୁଗରେ ମଧ୍ୟ ଉଭା ହୋଇଛନ୍ତି, କୁବେର ମହାତ୍ମା । କୁବେରଙ୍କ ଘରୁ ବିପୁଳ ପରିମାଣରେ କାଟା କାଟା, ବସ୍ତାବସ୍ତା ଭାରତୀୟ ଟଙ୍କା, ଆଉ ମହଣ ମହଣ ସୁନା । ଦେଖିବା ଲୋକ ଅବାକ୍ ଆଚମ୍ବିତ । ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଗଡ଼ଜାତ ଅଞ୍ଚଳ ଖଲ୍ଲିକୋଟ ବ୍ଳକ୍ ଅଞ୍ଚଳରେ । ସୂଚନା ମୁତାବକ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମ ବଡ଼ଦାଣ୍ଡ ସାହିସ୍ଥ ରଜନୀକାନ୍ତ ପଟ୍ଟନାୟକ, ତାଙ୍କ ଘର ଉପରେ ଗଞ୍ଜାମ ପୋଲିସ ଗଞ୍ଜେଇ ଜବତ ପାଇଁ ଚଢ଼ାଉ କରିଥିଲେ । ଘଟଣା ସମ୍ପର୍କରେ ଗତ ଗୁରୁବାର ବିଳମ୍ବିତ ରାତିରେ କୌଣସି ମତେ ସୂଚନା ପାଇ ଖୋଜାପଲ୍ଲୀ ଗ୍ରାମର ଶ୍ରୀ ପଟ୍ଟନାୟକଙ୍କ ଘର ଉପରେ ଜଣେ ପ୍ରଖ୍ୟାତ ଗଞ୍ଜେଇ ବ୍ୟବସାୟୀ ଭାବେ ପ୍ରାଥମିକ ଅନୁସନ୍ଧାନ କରିଥିବା ପରିପ୍ରେକ୍ଷୀରେ ତାଙ୍କ ଘରୁ ଠୁଳ ଠୁଳ ବସ୍ତା ସୁନା, ଟଙ୍କା, ଗଞ୍ଜେଇ ଆଦି ସବୁ ବାହାରିଥିଲା । ତାହାକୁ ନେଇ ଖଲିକୋଟ ଆଞ୍ଚଳିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗଞ୍ଜାମ ଏସ୍‌ପି ଡକାଇ ଘଟଣାର ଖୁଲାସା କରିଥିବା ଜଣାପଡିଛି । ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲା ପୋଲିସ ମୁଖ୍ୟାଳୟ ଛତ୍ରପୁରଠାରେ ଗତ ଶନିବାର ସନ୍ଧ୍ୟାରେ ପୋଲିସ ତରଫରୁ ଅଧିକ ଖୁଲାସା କରିବା ଅବସରରେ ଏକ ପ୍ରେସ ମିଟ୍ ଡାକାଯାଇଥିଲା । ଅଭିଯୁକ୍ତ ରଜନୀ କାନ୍ତ ପଟ୍ଟନାୟକ ବହୁ ବର୍ଷଧରି ଗଞ୍ଜେଇ ବ୍ୟବସାୟ କରି ଆସୁଥିଲେ ଏବଂ ତାହା ସାଂଗକୁ ସେ ବିଭିନ୍ନ ଲୋକଙ୍କୁ ଟଙ୍କା ନେଣ-ଦେଣ କାରବାର କରୁଥିଲେ, ସୁନା ବନ୍ଧକ ରଖି ମଧ୍ୟ ଲୋକଙ୍କୁ ଟଙ୍କା ଦେଇ ସୁଧ ମୂଳ କାରବାର ଆଦି କରି ଆସୁଥିବା ଜଣାଯାଏ । ସଦଳବଳେ ପୋଲିସ ଚଢ଼ାଉ ବେଳେ ସମ୍ପୃକ୍ତଙ୍କ ଘରୁ ୩୪ କିଲୋ ଗଞ୍ଜେଇ ୧୦ କିଲୋ ଅଫିମ ସହ ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା ଏବଂ ୮ କିଲୋ ୫୯୬ ଗ୍ରାମ ସୁନା, ଆହୁରି ଅନେକ ସୁନାଗହଣା ଜବତ କରାଯାଇଥିବା ଜଣା ପଡିଛି । ପୋଲିସ ଅଭିଯୁକ୍ତ ରଜନୀ କାନ୍ତ ପଟ୍ଟନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଆବଶ୍ୟକ ବେଳେ ତାଙ୍କୁ ହେଡ କ୍ୱାଟର ଛତ୍ରପୁର ଏଡ଼ିଜେ କୋର୍ଟକୁ ଉକ୍ତ କେସ ସ୍ଥାନାନ୍ତର ହୋଇପାରେ, ଦିନେ ଦୁଇଦିନ ମଧ୍ୟରେ ତାଙ୍କୁ ପୋଲିସ ରିମାଣ୍ଡରେ ଅଣାଯିବ ଓ ତାଙ୍କ ସହଯୋଗୀଙ୍କ ସହ ତାଙ୍କ ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି ତାର ଅନୁସନ୍ଧାନ ଏବଂ ତଦନ୍ତ ଜୋର ଯାର ଭାବେ ଖିନଭିନ ଚଲାଇଛି ପୋଲିସ ଓ ଅଧିକ ତଦନ୍ତ ଜାରୀ ରହିଥିବା ସୂଚନା ମିଳିଛି । ସେ ପ୍ରାୟ ଦଶ ବର୍ଷ ଧରି ଏହି ବେପାର କରି ଆସୁଥିବା ଏବଂ ସେ ନିଜେ କନ୍ଧମାଳରୁ ସ୍କୁଟି ଯୋଗେ ଗଞ୍ଜାମକୁ ଗଞ୍ଜେଇ ଚୋରା ଚାଲଣ କରିଆସୁଥିଲେ ବୋଲି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଗଣମାଧ୍ୟମ ଆଗରେ ସ୍ୱଷ୍ଟ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଖଲ୍ଲିକୋଟ ଓ କୋଦଳା ଅଞ୍ଚଳରେ ସର୍ବାଗ୍ରେ ଗଞ୍ଜେଇର ଭାରି ଚୋରା ଚାଲାଣ ହୋଇଥିବା ପୋଲିସ ଉଚ୍ଚକର୍ତ୍ତୃପକ୍ଷ ସ୍ୱଷ୍ଟ ଉକ୍ତି ଦେଇଛନ୍ତି । ଅଧିକ ଖୋଲାସାର ତଥ୍ୟ ପଦାକୁ ଆସିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.