ପାଇକମାଲ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବ୍ୟାଡମିଣ୍ଟନ୍‌, ସୁରଭି ଓ ଖୋଖୋ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଛନ୍ତି । ବ୍ୟାଡମିଣ୍ଟନ୍‌ ୧୭ ବର୍ଷରୁ କମ୍ ବର୍ଗରେ ସୁମିତ କୁମାର ପୁରୋହିତ ଜିଲ୍ଲା ସ୍ତରରେ ବିଜେତା ହୋଇ ରାଜ୍ୟ ସ୍ତରରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବ୍ୟାଡମିଣ୍ଟନ୍‌ ଡବଲ୍ସ୍‌ରେ ଆକାଶ ଭୋଇ ଓ ୱାଉସ ଅଲ୍ଲୀ ଜିଲ୍ଲା ସ୍ତରରେ ରର୍ନସ ବିଜେତା ହୋଇଛନ୍ତି । କ୍ଲଷ୍ଟରସ୍ତରୀୟ ପ୍ରତିଯୋଗିତାରେ ସଙ୍ଗୀତ, ସୃଜନଶୀଳ ଲିଖନ, ପ୍ରବନ୍ଧ ଓ କୁଇଜ୍‌ରେ ଅଖିଳେଶ ସାମଲ, ନାହିଦ୍ ପ୍ରବିନ, ଆନନ୍ଦିନୀ କଲାରୀ ଓ କ୍ରିଷ୍ଣା ମାଝୀ ଯଥା କ୍ରମେ ପ୍ରଥମ ସ୍ଵସ୍ତିକ ରଞ୍ଜନ ଦାସ ବିତର୍କ ଓ କ୍ଷିତିଚନ୍ଦ୍ର ମାହାର ବକ୍ତୃତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ବିଦ୍ୟାଳୟର ବାଳକ ଖୋ-ଖୋ ଟିମ୍ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସେମି ଫାଇନାଲ୍‌ରେ ପହଞ୍ଚିବାର କୃତିତ୍ୱ ଅର୍ଜନ କରିଛନ୍ତି । ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦ୍ଵାରା ଏହି ଅବସରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ୱର୍ଦ୍ଧିତ କରାଯାଇଛି ।

Leave A Reply

Your email address will not be published.