oum

କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଏଡ଼ିଏମ୍‌

jsm

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ର୍ଦୁନୀତି ନିବାରଣ ସପ୍ତାହ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ । ବିଭିନ୍ନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ମହିଳା ମହାବିଦ୍ୟାଳୟ ଛାତ୍ରୀମାନେ ଭାଗନେଇ କୃତୀତ୍ୱ ଅର୍ଜନ କରିଛନ୍ତି । ପ୍ରଥମେ ବିଭିନ୍ନ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରପାଳିକାରେ ପ୍ରତିଯୋଗିତା ହୋଇଥିଲା । ଏଥିରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଗତ ଦୁଇ ତାରିଖରେ ବଲାଙ୍ଗିର ସହରରେ ଥିବା ପତିତପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏବର୍ଷର ସ୍ଲୋଗାନ ‘ଦୁର୍ନୀତିକୁ ବିରୋଧ କରିବ ଓ ରାଷ୍ଟ୍ର ପ୍ରତି ସମର୍ପିତ ହେବ’ ଉଭୟ ବକୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ହୋଇଥିଲା । ତେବେ ଇଂରାଜୀ ଭାଷାରେ ହୋଇଥିବା ବକୃତା ପ୍ରତିଯୋଗିତାରେ ଯୁକ୍ତ ତିନି ବାଣିଜ୍ୟ ବିଭାଗର ଛାତ୍ରୀ ସୁଶ୍ରୀ ଗାୟତ୍ରୀ ଶର୍ମା ପ୍ରଥମ ସ୍ଥାନ ଏବଂ ଇଂରାଜୀ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ସୁଶ୍ରୀ ଗାୟତ୍ରୀ ମହାଶକ୍ତି ମିଶ୍ର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଉଭୟଙ୍କୁ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ପୁରସ୍କୃତ କରିଥିବା ବେଳେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମର ପୁରୋହିତ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.