oom

ବଲାଙ୍ଗିର ନାଗରିକ କମିଟିର କୃତଜ୍ଞତା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସୀତ ତ୍ରିପାଠି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଞ୍ଚଳ ପାଇଁ ୨୫କୋଟି ତଥା ବଲାଙ୍ଗିର ଜିଲ୍ଲା ପାଇଁ ୩କୋଟି ଟଙ୍କା କୋଭିଡ୍‌ ପରିଚାଳନା ପାଇଁ ୩୨ଟି ଆଇସିୟୁ ବେଡ୍‌, ୧୦ଟି ଭେଣ୍ଟିଲେଟର, ଗୋଟିଏ ଲାଇଫ ସପୋର୍ଟ ସିଣ୍ଟମ,୨୨୦୦ଟି ପଲ୍ସ ଅକ୍ସୋମିଟର, ମାଗୁଲିନି ୮୦୦ ମେସିନ ଇତ୍ୟାଦି କିଣାଯାଇଥିବାରୁ ନାଗରିକ କମିଟି ତରଫରୁ ସଭାପତି ବିକ୍ରମାନନ୍ଦ ବହିଦାର, ବିଷ୍ଣୁ ପ୍ରସାଦ କେଡିଆ, ନିତ୍ୟାନନ୍ଦ ମିଶ୍ର ଶ୍ରୀ ତ୍ରିପାଠିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ତଥା ସମସ୍ତ ଲୋକ ପ୍ରତିନିଧିଙ୍କ ସହଯୋଗରେ ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି । ନାଗରିକ କମିଟି ତରଫରୁ ଜନସାଧାରଣଙ୍କୁ କରୋନା ସ୍ଥିତି ନିୟନ୍ତ୍ରଣ ଆସିଥିବା ଖୁସି ନ ହୋଇ ସତର୍କ ରହି ନିୟମକାନୁନ ମାନିବା ପାଇଁ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.