om academy

କୃଷିଋଣ ମହା ଜାଲିଆତି ଘଟଣା : ଚାଷୀ ନେତାଙ୍କ ସହ ଅଧିକାରୀଙ୍କ ଆଲେଚନା

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ଦିନ ତଳେ ଚାଷୀମାନେ କୃଷିଋଣ ଜାଲିଆତି ଅଭିଯୋଗରେ ସଦର ସମବାୟ ଅଫିସ ଘେରିଥିଲେ । ଆଜି ଏହି ଜାଲିଆତି ସମ୍ବନ୍ଧରେ ଅଭିଯୋଗ କରି ଏଆରସିଏସ୍‌ , ଡ଼ିଆରସିଏସ୍‌ ବଲାଙ୍ଗିରଙ୍କ ସହ ଆଲୋଚନା କରିଥିଲେ । ଘଟଣାରେ ଚାଷୀମାନେ ପେକ୍ସ ସଂପାଦକ ଓ ଅସାଧୁ ବେଙ୍କ କର୍ମଚାରୀଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ସଂପୃକ୍ତିକୁ ନିର୍ଦ୍ଦିଷ୍ଟ ସମୟ ଅବଧି ଭିତରେ ତଦନ୍ତ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ । ଘଟଣାରେ ସଂପୃକ୍ତ ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦରକାର ସ୍ଥଳେ ଅପରାଧିକ ମାମଲା ରୁଜୁ କରିବା ପାଇଁ କୃଷକ ସଂଘର୍ଷ ସମିତିର ସଭାପତି ବିଭୁଦତ୍ତ ମିଶ୍ର ଚେତାବନୀ ଦେଇଛନ୍ତି । ତେବେ ଆଜିର କାର୍ଯ୍ୟକ୍ରମରେ ବୈରାସର, ଫଟକରା, ଜୁହ୍ନାପଦର, ବାହାଲବୁକା ଇତ୍ୟାଦି ଗାଁର ବହୁ ଋଣୀଚାଷୀ ଓ କୃଷକ ସଂଘର୍ଷ ସମିତିର ସଭାପତିଙ୍କ ସହ ଚାଷୀନେତା ମଧୁସୂଦନ କ୍ଷେତି, ସମାଜସେବୀ ସୁରଥ ପଟେଲ, ସୂଚନାକର୍ମୀ ଶଙ୍କର ପାଣିଗ୍ରାହୀ ପ୍ରମୁକ ଅଧିକାରୀଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ ।

Leave A Reply

Your email address will not be published.