jayashree

ଦିବ୍ୟାଙ୍ଗ ଅନୁସୂଚିତ ବ୍ୟକ୍ତିଙ୍କ ଜୀବିକା ଉପାର୍ଜନ ନିମନ୍ତେ ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ରର ଏକ ସଫଳ ଉଦ୍ୟମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ର ଆନୁକୂଲ୍ୟରେ ସରକାରଙ୍କର ଅନୁସୂଚିତ ଜାତି ଖସଡ଼ା ଅନ୍ତର୍ଗତରେ ସମୁଦାୟ ୨୪ଜଣ ଦିବ୍ୟାଙ୍ଗ ଅନୁସୂଚିତ ହିତାଧିକାରୀମାନଙ୍କୁ ୨୧ ଦିନିଆ କଳିଙ୍ଗ ବ୍ରାଉନ କୁକୁଡ଼ା ଚିଆଁ ପ୍ରଦାନ କରାଯାଇଛି । ପୁଇଁତଲା ଏବଂ ଲୋଇସିଂହ ବ୍ଲକ୍‌ର ଏହି ହିତାଧିକାରୀମାନଙ୍କୁ ପ୍ରତ୍ୟେକ ୨୫ଟି ୨୧ ଦିନିଆ କୁକୁଡ଼ା ଚିଆଁ ବଣ୍ଟନ କରାଯାଇଛି । ଏହା ମାଧ୍ୟମରେ ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ର ବାଡ଼ି ଅଗଣାରେ ସ୍ୱଳ୍ପ ଖର୍ଚ୍ଚରେ କୁକୁଡ଼ା ପାଳନର ଏକ ସଫଳ କ୍ଷେତ୍ର ପ୍ରଦର୍ଶନ କରିଅଛି । ଉକ୍ତ କ୍ଷେତ୍ର ପ୍ରଦର୍ଶନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା, ପ୍ରାଣୀ ସମ୍ପଦ ବିକାଶ ବିଭାଗ ବଲାଙ୍ଗିର ସହଯୋଗ ପ୍ରଦାନ କରି କାର୍ଯକ୍ରମର ସଫଳତାରେ ସାହାଯ୍ୟ କରିଛନ୍ତି ।

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଦିଗମ୍ବର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡା. ସତ୍ୟମୟ ଶତପଥୀ ଏବଂ ପ୍ରାଣୀ ବିଜ୍ଞାନୀ ଡ. ତପନ କୁମାର ପଲାଇ କୃଷି ବିଜ୍ଞାନ କେନ୍ଦ୍ରଙ୍କ ମିଳିତ ଉଦ୍ୟମରେ ହିତାଧିକାରୀ ଚୟନ ହୋଇ ବଣ୍ଟନ କାର୍ଯ୍ୟ ସମାପ୍ତ ହୋଇଛି । ଏହି କ୍ଷେତ୍ର ପ୍ରଦର୍ଶନୀ ମାଧ୍ୟମରେ ହିତାଧିକାରୀ ମାନଙ୍କୁ ଟିକାକରଣ କରାଯାଇଥିବା ସୁସ୍ଥ ୨୧ ଦିନିଆ କୁକୁଡ଼ା ଚିଆଁ ପ୍ରଦାନ କରାଯିବ ସହ ସ୍ୱଳ୍ପ ଖର୍ଚ୍ଚରେ ବାଡ଼ି ଅଗଣାରେ ପାଳନ ବାବଦରେ ତାଲିମ ମଧ୍ୟ ପ୍ରଦାନ କରାଯାଇଛି, ଏହି ଉଦ୍ୟମ ଦ୍ୱାରା ହିତାଧିକାରୀମାନେ ଆଗାମୀ ଦିନରେ କୁକୁଡ଼ା ପାଳନକୁ କ୍ଷୁଦ୍ର ବ୍ୟବସାୟିକ ଭିତ୍ତିରେ ଗ୍ରହଣ କରି ନିଜର ଜୀବିକା ଉତ୍ପାଦନର ପନ୍ଥାକୁ ସୁନିଶ୍ଚିତ ବଢ଼ାଇବେ ।

Leave A Reply

Your email address will not be published.