oom

କୃଷକ ଉତ୍ପାଦକ କମ୍ପାନୀ ଗଠନ

jsmm

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କଂସିଲ ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ କ୍ରାଫ୍ଟକେ ପ୍ରକଳ୍ପ ଜରିଆରେ ଚାଷୀମାନଙ୍କୁ ନେଇ ଉତ୍ପାଦିତ ସାମଗ୍ରୀର ସଂଗଠିତ ହୋଇ କିଣା ବିକା କରି ଆର୍ଥିକ ସ୍ଥିତିକୁ ମଜବୁତ କରିବା ଉଦ୍ଦେଶ୍ୟରେ କୃଷକ ଉତ୍ପାଦକ କମ୍ପାନୀ ଗଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ଅମର କୁମାର ଗୌଡ଼ ଓ ସାଧନକର୍ମୀ ଅମ୍ବରିଷ ମିଶ୍ର ଯୋଗ ଦେଇ ଚାଷୀ ଅମଳ କରୁଥିବା ବିଭିନ୍ନ ସାମଗ୍ରୀକୁ କିଭଳି ଠିକ୍ ଦରରେ ବିକ୍ରୟ କରିପାରିବେ, ଏଥିପାଇଁ ଚାଷୀ ଉତ୍ପାଦକ କମ୍ପାନୀ ଗଠନର ଆବଶ୍ୟକ ଉପରେ ଆଲୋଚନା କରିଥିଲେ । ଏଥିରେ ବୋର୍ଡ ଡ଼ାଇରେକ୍ଟର ଭାବେ ଜଗନ୍ନାଥ ଭୋଇ, ଜଗନ୍ନାଥ ରଣା, ଉଗ୍ରେସନ ଧରୁଆ, ସୁର୍ଯ୍ୟକାନ୍ତି ବନଛୋର, ଭାନୁମତି ପଧାନ, ଗୋୖରୀ ଶଙ୍କର ପାତ୍ର, ଜଳନ୍ଧର ଭୋଇ, କରୁଣା ଭୋଇ, ସବିତା ଭୋଇ, ଶ୍ରୀପତି ଭୋଇ, କିଶୋର ମାଝୀ ପ୍ରମୁଖ ମନୋନୀତ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଗଦୀଶ ପ୍ରସାଦ ରଣା କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ।

jittmm
Leave A Reply

Your email address will not be published.