oom

କୃଷକ ସୈନିକ ସମ୍ମାନ ଦିବସ ଉପଲକ୍ଷେ ରାଜ୍ୟ ସ୍ତରରେ ସମ୍ମାନିତ ହେଲେ ପଦ୍ମପୁର ଉପଖଣ୍ଡର ଚାଷୀ ଏବଂ ସୈନିକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି କାର୍ୟ୍ୟାଳୟ ଭୁବନେଶ୍ୱରଠାରେ କୃଷକ ସୈନିକ ସମ୍ମାନ ଦିବସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସରେ କୃଷକ ଏବଂ ସୈନିକ ମାନଙ୍କୁ ସମ୍ମାନିତ କାର୍ୟ୍ୟକ୍ରମ କରାଯାଇଥିଲା । ରାଜ୍ୟ କୃଷକ ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ସଭାପତି ସମୀର ମହାନ୍ତି, ମୁଖ୍ୟ ଅତିଥି ଭାବେ ରାଷ୍ଟୀୟ ସମ୍ପାଦିକା ପିଙ୍କି ଶିବରାଜ ଶାହା କୃଷକ ମୋର୍ଚ୍ଚା, ସାଂସଦ ଜୁଏଲ ଓରାମ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଥିଲେ । ଏହି ଅବସରରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଡୁମେରବାହାଲ ଗ୍ରାମର ଚୁନ୍ଦୃ ସତ୍ୟ ନାରାୟଣ (ବାବୁ ରାଓ) ଓ ପଦ୍ମପୁର ବ୍ଲକ ଜାମଖାଏର ଗ୍ରାମର ଅଜିତ କୁମାର ବିଶ୍ଵାଳଙ୍କୁ କୃଷି କ୍ଷେତ୍ରରେ ସଫଳ ଚାଷୀ, କୋକନରା ଗ୍ରାମର ଅବସରପ୍ରାପ୍ତ ସୈନିକ ଡୋଲା ମଣି ବଢ଼େଇଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଏସ୍‌ସି ମୋର୍ଚ୍ଚା ବିଜେପି ବରଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ଲଲିତ ଜଗତ, ବରତୁଣ୍ଡା ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର, କୃଷକ ମୋର୍ଚ୍ଚା ନିରୋଜ ଦାସ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.