ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଳକ ସାଇପାଲି ସମବାୟ ସମିତି ବ୍ୟାଙ୍କ ଅଧିନସ୍ଥ ପ୍ରାୟ ୨୨ ଜଣରୁ ଉର୍ଦ୍ଧ୍ବ ଚାଷୀ ବ୍ୟାଙ୍କ ସମ୍ମୁଖରେ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚ ଆହ୍ୱାନ କ୍ରମେ ଧାରଣା ଦେଇଛନ୍ତି । ଚାଷୀମାନଙ୍କ ରବିଧାନ ବିକ୍ରି କରିବାକୁ ଟୋକନ ମିଳିଥିବା ବେଳେ ଅବଧି ସମୟ ଶେଷ ଟୋକନ ଲେସ୍ ହୋଇ ଯାଇଥିବା ଯୋଗୁଁ ଚାଷୀ ଧାନ ବିକି ପାରି ନଥିବା ଅଭିଯୋଗ କରିଛନ୍ତି । ଆଜି ବ୍ୟାଙ୍କ ସମ୍ମୁଖରେ ଚାଷୀମାନେ ଧାରଣା ଦେଇଥିବା ବେଳେ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି କାନ୍ତ ମିଶ୍ର ଧାରଣାରେ ସାମିଲ ହୋଇ ଚାଷୀମାନଙ୍କ ଧାନ ତୁରନ୍ତ ଉଠାଇବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଲୋକ ପ୍ରିୟ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋର ବିଜେପୁର ବୋଲି କହୁଥିବା ବେଳେ ଆଜି ବିଜେପୁର ଚାଷୀମାନଙ୍କ ଏ ଅବସ୍ଥା ବୋଲି ସମାଲୋଚନା କରିଛନ୍ତି । ବିଜେପୁର ଚାଷୀମାନେ ଯଦି ମଣ୍ଡିରେ ଧାନ ବିକ୍ରି କରିବାକୁ ଯଦି ହଇରାଣ ହେଉଛନ୍ତି ତେବେ ମୂଖ୍ୟମନ୍ତ୍ରୀଙ୍କ ମୋର ବିଜେପୁର ବୋଲି କହିବା କେତେ ଦୂର ଯଥାର୍ଥ ବୋଲି ମିଶ୍ର ପ୍ରଶ୍ନ କରିଛନ୍ତି । ଚାଷୀଙ୍କ ସମସ୍ୟାର ସମାଧାନ ଓ ଚାଷୀମାନଙ୍କ ସ୍ଵାର୍ଥ ପାଇଁ ସେ ସବୁବେଳେ ସାମିଲ ହୋଇ ଚାଷୀଙ୍କ ଦାବୀ ପାଇଁ ଅହରହ ଚେଷ୍ଟିତ ରହିବି ବୋଲି ମତ ପ୍ରକାଶ କରିଛନ୍ତି । ଆଜିର ଧାରଣାରେ ଶୁକଦେବ ସାହୁ, ଭାସ୍କର ସାହୁ, ଚତୁର୍ଭୁଜ ସାହୁ, ଗୁଣନିଧି ସାହୁ, ଅକ୍ଷୟ ନାଏକ, ବୈଷ୍ଣବ ପଟେଲ, ଖଗେଶ୍ବର ପଟେଲ, ବିଜୟ କୁମାର ସାହୁ, ରୋହିତ ପଟେଲ, ଗୋପାଳ ସାହୁ, ଭୋଜରାଜ ସାହୁ ପ୍ରମୁଖ ଚାଷୀମାନେ ଧାରଣାରେ ବସିଥିଲେ । ରାଜ୍ୟ ସରକାର ତୁରନ୍ତ ଚାଷୀମାନଙ୍କ ଧାନ ଉଠାଇବାକୁ ଦାବୀ କରିଛନ୍ତି ।