ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହକି କିମ୍ବଦନ୍ତୀ ମେଜର ଧ୍ୟାନଚନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ବଲାଙ୍ଗିର ଦ୍ଵାରା ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍କୁଲ କଲେଜ ଛାତ୍ରଛାତ୍ରୀ, ଖେଳାଳୀ ବରିଷ୍ଠ ନାଗରିକ, ଏବଂ ମଧୁସୂଦନ କ୍ରୀଡ଼ା ଏବଂ ସାଂସ୍କୃତିକ ସଂସଦର ସଦସ୍ୟମାନେ ଯୋଗଦେଇଥିଲେ । ଏହି ଦିବସ ଉପଲକ୍ଷେ ସନ୍ଧ୍ୟାରେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚର ସ୍ଥାନୀୟ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜନ କରାଯାଉଥିଲା । ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗିର ଏବଂ ଆଗଲପୁର ଷ୍ଟାର ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଉପସ୍ଥିତ ଦର୍ଶକ ଉଭୟ ଦଳର ଖେଳର ମଜା ନେଇଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ ପରିଚାଳନା କରିଥିଲେ । ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ଖେଳ ସପ୍ତାହ ପାଳନ କରାଯିବ ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.