oom

ଜାତୀୟ କ୍ରୀଡ଼ା ଦିବସରେ କ୍ରୀଡ଼ା ସାମଗ୍ରୀ ପ୍ରଦାନ କଲେ ସମାଜସେବୀ ଦିଲ୍ଲୀପ ଧାଉଡିଆ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କ୍ରୀଡାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ-୨୯ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ । ହକିର ଯାଦୁଗର ତଥା ମହାନ ଅଲମ୍ପିଆନ ଓ ସର୍ବକାଳୀନ ସର୍ବଶ୍ରେଷ୍ଠ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀକୁ ସାରା ଭାରତ ବର୍ଷରେ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଉଛି । ଆଜିର ଏହି କ୍ରୀଡ଼ା ଦିବସ ଅବସରରେ ଇଣ୍ଟେଲେକଚୁଆଲ କ୍ଲବ, ଘୋରଡିଆର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ସୋମବାର ଗ୍ରାମାଞ୍ଚଳର ଯୁବ କ୍ରୀଡ଼ା ପ୍ରେମୀମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଖେଳ ସାମଗ୍ରୀ ପ୍ରଦାନ କରିଛନ୍ତି । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଊରିଆ ଗ୍ରାମ ପଞ୍ଚାୟତର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଝଡ ତୋଫାନ କ୍ରିକେଟ କ୍ଲବର ପିଲାମାନଙ୍କୁ ସେ ଏକ ଭଲିବଲ, ଏକ ଫୁଟବଲ ଏବଂ ଏକ ଭଲି ନେଟ ପ୍ରଦାନ କରିଥିଲେ । ଘୋରଡିଆ, ବାରବାଟିଠାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ କ୍ଲବର ଉପଦେଷ୍ଟା ରାଧାନାଥ ମଙ୍ଗରାଜ, ସଭାପତି ଦୀପକ ପରିଡା, ସମ୍ପାଦକ ମନୋଜ ପରିଡାଙ୍କ ସମେତ କ୍ଲବର ଅନ୍ୟ ସଦସ୍ୟମାନେ ଆଲୋକ, ପ୍ରଶାନ୍ତ, ରାଜେନ୍ଦ୍ର, କାଳୁଚରଣ, ଜ୍ୟୋତିରଞ୍ଜନ, ଦେବଦତ୍ତ, ଲଳିତ, ପ୍ରିୟରଞ୍ଜନ, ବୁଲୁ, ସୁଧୀର, ସ୍ମୃତି, ବିକୁନ, ପିଣ୍ଟୁ ଏବଂ ମାନସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସାମ୍ବାଦିକ ଶ୍ରୀ ଧାଉଡିଆ ସମସ୍ତ ଯୁବ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.