oom

ଜାତୀୟ କ୍ରୀଡା ଦିବସ -୨୦୨୩ ପାଳିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଗଷ୍ଟ ୨୯ ତାରିଖ ଭାରତୀୟ କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଡେଲାଙ୍ଗ ବ୍ଲକର ଅନେକ ବିଦ୍ୟାଳୟରେ ଏହି ଦିବସ ମହା ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଏହି ଅବସରରେ ସରକାରୀ ରାଧାକାନ୍ତ ଉଚ୍ଚ ବିଦ୍ୟପୀଠ, ଡେଲାଙ୍ଗ ଷ୍ଟେସନ ପରିସରରେ ଖେଳପଡିଆ ମଧ୍ୟରେ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନେ ମେଜର ଧ୍ୟାନଚାନ୍ଦଙ୍କ ଫଟୋ ଥିବା ବ୍ୟାନର ଧରି ସମବେତ ହୋଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ନଡ଼ିଆ ବାଡେଇ ମହାବୀରଙ୍କ ଫଟୋ ନିକଟରେ ଧୂପଦୀପ ପ୍ରଦାନ ପୂର୍ବକ ଦୁଇଟି ଟ୍ରାକ ଯଥା ହ୍ୟାଣ୍ଡ ବଲ ଓ କବାଡି ଟ୍ରାକର ଶୁଭ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ନଟବର ସେଠି, ମନୋଜ ପରିଡାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ମିଳିତ ଭାବରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ କେକ୍ କାଟି ଜାତୀୟ ଖେଳ ଦିବସ ପାଳନ କରିଛନ୍ତି । ସେହିପରି ଡେଲାଙ୍ଗ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନେ ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ କରିବା ସହ ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ । ସେହିପରି ମହତାବ ଉଚ୍ଚ ବିଦ୍ୟାଳୟ, କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟ, ପ୍ରଦୀପ ମହାରଥୀ ବାଳିକା ଉଚ୍ଚ ବିଦ୍ୟାଳୟ, ଘୋରଡ଼ିଆ ଉଚ୍ଚ ବିଦ୍ୟାଳୟରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ କରିବା ସହ ଜାତୀୟ ଖେଳ ଦିବସ ପାଳିତ ହୋଇଛି ।

jittmm
Leave A Reply

Your email address will not be published.