centurian jitm

ଜାତୀୟ କ୍ରୀଡା ଦିବସ ପାଳିତ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମେହେରଙ୍କର ସଭାପତିତ୍ୱରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ମାଟିର ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ସୁଶ୍ରୀ ମାଧୁରୀ ମେହେଟ୍ଟା ଓ ଅନ୍ୟ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଗୋଷ୍ଠୀ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ, ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ରନାଥ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ନିଳାଚଳ ଚିରଗୁନ ଯୋଗଦାନ କରିଥିଲେ । ଭାରତ ରତ୍ନ ଧ୍ୟାନଚାନ୍ଦଙ୍କର ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜଳନ କରି ତାଙ୍କ ଜୀବନର ସ୍ମୃତି ଚାରଣ କରିବା ସହ ଦିବସର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ହେମନ୍ତ କୁମାର ପଧାନ ପରିଚାଳନା କରିଥିବା ବେଳେ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମନୋରଂଜନ ହୋତା, ସୁବାଷ ଚନ୍ଦ୍ର ସାହୁ, ରଂଜିତା ମିଶ୍ର, ଶ୍ୟାମ ସୁନ୍ଦର ମେହେର, ରଂଜିତ ବେହେରା, ନିଳାଚଳ କୁଅଁର, ଚନ୍ଦ୍ର ଶେଖର ମେହେର, ଶୁଶାନ୍ତ ନାଥ, ହୃଦୟାନନ୍ଦ ଶବର, ଦିବାନନ୍ଦ ସାହୁ, ଆରୁଜ ନାଗ, କଲ୍ୟାଣ ସେଠ, ବିଭୂତି ସ୍ୱାଇଁ, ନରେନ୍ଦ୍ର ପଧାନ, ଜିତୁ ଦଲାଇ, ରତିକ ବିଶ୍ୱାଲ, ରଶ୍ମିରାଣୀ ଜେନା, ରଞ୍ଜନ ରାଉତ, ରାଜିବ ଲୋଚନ ବେହେରା, ହିମାଂଶୁ ବିଶ୍ୱାଲ, ରାମ ନାରାୟଣ ଦାଶ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.