ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ସିନିୟର ନକ୍‌ ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ

  • ପ୍ରି କ୍ୱାଟର ଫାଇନାଲ୍‌ ଲାଇନ ଅଫ୍‌ ଚୁଡାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୧୬ ଗୋଟି ଜୋନ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଆଜି ଟାଉନ ହାଇସ୍କୁଲ ବଲାଙ୍ଗିର ପଡିଆରେ ମିଶନ ଜୋନ୍‌ ଫାଇନାଲ ଖେଳ ହୋଇଥିଲା । ସିସିଏଫ୍‌ଏ ୫-୦ ଗୋଲରେ ମାଣିକେଶ୍ୱରୀ କନ୍ଧପାଲିକୁ ହରାଇଛି । ଅତିଥି ଭାବରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ, ପୂର୍ବତନ ଖେଳାଳି ତଥା କୋଚ ସୌମେନ୍ଦ୍ର ପରିଚ୍ଛା ଓ କ୍ରୀଡା ସଂସଦ ସଦସ୍ୟ ଶରତ କୁମାର ନନ୍ଦ ଯୋଗ ଦେଇଥିଲେ । କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ଶତୃଘନ ସିଂ, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା, ଚୟନ କମିଟି ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର ଓ ଶ୍ରୀକାନ୍ତ ରାଉତ, ପୂର୍ବତନ ଖେଳାଳି ଲୋକନାଥ ନେପାକ, ସୁଦୟ ବାରିକ, ନିଶାରକାନ୍ତ ନାଗ ପ୍ରମୁଖ ଉପସ୍ଥିତ ଥିଲେ । ଖେଳକୁ ଅବଦୁଲ ମୁଜିବ, ଉମେଶ ଭୋଇ, ସଞ୍ଜନ କୁଦେଇ ଓ ବିକି ବିଶି ରେଫରି ଭାବେ ଦାୟିତ୍ୱ ତୁଳାଇଥିଲେ । ୧୯ ତାରିଖ ଗୁରୁବାର ଲୋଇସିଂହା ମିନି ଷ୍ଟାଡିୟମ୍‌ ଠାରେ ଗ୍ରୁପ ଏ ସୁଜିଆ ଜୋନ୍‌ ବିଜେତା ମୁରସୁଣ୍ଡ ବନାମ ଲୋଇସିଂହା ଜୋନ୍‌ ବିଜେତା ମନହିରା, ଟାଉନ ହାଇସ୍କୁଲ ପଡିଆରେ ଗ୍ରୁପ ବି ହଲଦି ଜୋନ ବିଜେତା ହଲଦି ବନାମ ମିଶନ ଜୋନ୍‌ ବିଜେତା ସିସିଏଫ୍‌ଏ, ସିଟି ସ୍କୁଲ ଟିଟିଲାଗଡ ପଡିଆରେ ଗ୍ରୁପ ସି ମୁରିବାହାଲ ଜୋନ ବିଜେତା ଏନ୍‌ଏସ୍‌ ଘୁଷୁରାମୁଣ୍ଡା ବନାମ ଟିଟିଲାଗଡ ଜୋନ ବିଜେତା ରାଇଜିଂ ଷ୍ଟାର, ଜରାସିଂହା ମିନି ଷ୍ଟାଡିୟମରେ ଗ୍ରୁପ ଡି ଖୋଲାନ ଜୋନ ବିଜେତା କୁରସୁଡ ବନାମ ଜରାସିଂହା ଜୋନ ବିଜେତା ଜରାସିଂହା, ଖୁଜେନପାଲି ପଡିଆରେ ଗ୍ରୁପ ଇ ଟିକ୍ରାପଡା ଜୋନ ବିଜେତା ଟିକ୍ରାପଡା ବନାମ ଖୁଜେନପାଲି ଜୋନ୍‌ ବିଜେତା ସ୍ପୋଷ୍ଟ ହଷ୍ଟେଲ, ବଙ୍ଗୋମୁଣ୍ଡା ମିନି ଷ୍ଟାଡିୟମରେ ଗ୍ରୁପ ଏଫ୍‌ କଣ୍ଟାବାଞ୍ଜି ଜୋନ୍‌ ବିଜେତା କେଏଫ୍‌ସି କଣ୍ଟାବାଞ୍ଜି ବନାମ ବଙ୍ଗୋମୁଣ୍ଡା ଜୋନ ବିଜେତା ସିନ୍ଧେକେଲା, ଚୁଡାପାଲି ହାଇସ୍କୁଲ ପଡିଆରେ ଗ୍ରୁପ ଜି ଟାଉନ ହାଇସ୍କୁଲ ଜୋନ ବିଜେତା ରିଜର୍ଭ ପୋଲିସ ବନାମ ଚୁଡାପାଲି ଜୋନ୍‌ ବିଜେତା ଢୁଲୁସର ଓ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଗ୍ରୁପ ଏଚ୍‌ ପାଟଣାଗଡ ଜୋନ ବିଜେତା ନକଟାସର ବନାମ ସାଇଟ୍‌ ସଦାଇପାଲି ଜୋନ୍‌ ବିଜେତା କୁସମେଲ ମଧ୍ୟରେ ଆଠ ଗୋଟି ପ୍ରି କ୍ୱାଟର ଫାଇନାଲ ଖେଳ ହେବ । ସେହିପରି ଆନ୍ତଃ ଜିଲ୍ଲା ସାହାଣି କପ୍‌ ଫୁଟବଲ ଚମ୍ପିୟାନ୍‌ସିପ୍‌ରେ ବଲାଙ୍ଗିର ଜିଲ୍ଲା ଦଳ ୨୬ ତାରିଖରେ ବରଗଡ ଜୋନରେ ଭାଗ ନେବ । ୨୧ ତାରିଖ ଶନିବାର ଟାଉନ ହାଇସ୍କୁଲ ପଡିଆ, ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି, ଖୁଜେନପାଲି ପଡିଆ ଓ ଚୁଡାପାଲି ହାଇସ୍କୁଲ ପଡିଆରେ ୪ ଗୋଟି କ୍ୱାଟର ଫାଇନାଲ ଖେଳ କରାଯିବ । ଗାନ୍ଧୀ ଷ୍ଟାଡିୟମ୍‌ ଠାରେ ୨୨ ତାରିଖରେ ପ୍ରଥମ ସେମିଫାଇନାଲ, ୨୩ ତାରିଖରେ ଦ୍ୱିତୀୟ ସେମିଫାଇନାଲ ଓ ୨୪ ତାରିଖରେ ଗ୍ରାଣ୍ଡ ଫାଇନାଲ ଖେଳ ହେବ ବୋଲି ସଂସଦ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.