ଡେଲାଙ୍ଗ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ହକି ଅବସରରେ ସୋମବାର ଡେଲାଙ୍ଗ ବ୍ଲକ ସିଂହବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଉତ୍କଳ ଗୌରବ ବିଦ୍ୟା ନିକେତନ ହାଇସ୍କୁଲ ଖେଳ ପଡିଆରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ବହୁ ଉତ୍ସାହ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଏହି ଉଦ୍‌ଘାଟନୀ ଉତ୍ସବରେ ଡେଲାଙ୍ଗ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଚ୍ୟାୟାରମାନ ବାସନ୍ତି ସାହୁ, ଉପାଧକ୍ଷ ଦୁର୍ବାସା ନିଶଙ୍କ, ବିଡ଼ିଓ ଦିଲୀପ କୁମାର ଷଡଙ୍ଗୀ, ସିଂହବ୍ରହ୍ମପୁର ପଞ୍ଚାୟତ ସରପଞ୍ଚ ସୁଶ୍ରୀ ରଶ୍ମିତା ବେହେରା, ସମିତି ସଭ୍ୟ ନରେନ୍ଦ୍ର ପ୍ରଧାନ, ପୂର୍ବତନ ସରପଞ୍ଚ ଭାଗିରଥି ପ୍ରଧାନ, ଏବିଡିଓ ପ୍ରଦୀପ୍ତ କୁମାର ନାୟକ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ତଥା ସୂଜନପୂର ପଞ୍ଚାୟତ ସମିତି ସଭ୍ୟ ଅଜୟ କୁମାର ରାଉତରାୟ ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ପ୍ରଜ୍ଞା ଛୋଟରାୟ, ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାଶ, ୧୬ ନଂ ଜୋନ ଜିଲ୍ଲା ପରିଷଦ ପ୍ରସନ୍ନ କୁମାର ସାହୁ, ଏବିଈଓ ଯୁଧିଷ୍ଠିର ପରିଡା ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ା ପ୍ରେମୀଙ୍କୁ ଉତ୍ସାହିତ କରିଥିଲେ । ପୂର୍ବତନ ସରପଞ୍ଚ ଭାଗୀରଥି ପ୍ରଧାନଙ୍କୁ ମାନପତ୍ର ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଭବ୍ୟ ଭାବ ବିହ୍ୱଳ ପରିବେଶକୁ ସଙ୍ଗୀତ ଓ ବାଦ୍ୟ ପରିଚାଳନାରେ ଆହୁରି ସୁନ୍ଦର ସୁଳଳିତ କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ସୁଧାଂଶୁ ମାର୍ଥା । ଏହି ଉତ୍ସବ ସଭାରେ କବି ପ୍ରସନ୍ନ ପଟଶାଣୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ ଅତିଥି ପରିଚୟ ଓ ମଞ୍ଚ ସଂଯୋଜନା କରଥିବା ବେଳେ କ୍ରୀଡା ପରିଚାଳନା କରିଥିଲେ ଶାରୀରିକ ଶିକ୍ଷକ ପୁରୁଷୋତ୍ତମ ମୁଦୁଲି, ସୂର୍ଯ୍ୟ ନାରାୟଣ ଜେନା, ନଟବର ସେଠୀ । ଡେଲାଙ୍ଗ ବ୍ଲକର ୨୧ଟି ପଞ୍ଚାୟତର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ମଣ୍ଡଳସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କବାଡି, ଖୋଖୋ, ଫୁଟବଲ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଉଦ୍‌ଯାପନୀ ଉତ୍ସବରେ କୃତି ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଦୁର୍ବାଷା ନିଶଂକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.