oom

କୋଷ୍ଠା ସେବା ସମବାୟ ସମିତି ପୁରସ୍କୃତ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ସଦର ମହକୁମାରେ ଥିବା କୋଷ୍ଠା ସେବା ସମବାୟ ସମିତିକୁ ରାଜ୍ୟ ସରକାରଙ୍କ ବୟନ ଶିଳ୍ପ ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଛି । ସମିତିର ଉତ୍ତମ କାର୍ଯ୍ୟ ଶୈଳୀ ତଥା ନୂତନ ବୁଣାକାର ଭାଇ ଭଉଣୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନରେ ସଫଳତା ଦୃଷ୍ଟିରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ଭୁବନେଶ୍ଵରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ବୟନ ଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ, ବିଭାଗୀୟ କମିଶନର ଶୋଭା ଶର୍ମା, ବୟନ ଶିଳ୍ପ ବିଭାଗ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାଶଙ୍କ ଉପସ୍ଥିତିରେ ସମିତିର ସମ୍ପାଦକ ପଞ୍ଚାନନ ମେହେର ପୁରସ୍କାର ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.