କୋସଲିଡେରା ପକ୍ଷରୁ ଅନ୍‌ଲାଇନ କୋସଲି କବିତା ଆସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ରକ୍ଷା ବନ୍ଧନ ଓ ଗଙ୍ଗାଧର ଜୟନ୍ତୀ ଅବସରରେ ଅନଲାଇନ କବିତା ଆସର କୋସଲିଡେରା ପକ୍ଷରୁ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କୋସଲି ଭାଷାର ଅଗ୍ରଦୂତ ସାଜିଥିବା ରାମଭକ୍ତ ଫରିକାର ଯୋଗ ଦେଇଥିବା ବେଲେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ନାକଟିଦେଉଲ, ସମ୍ବଲପୁରର ଓଡିଆ ଅଧ୍ୟାପିକା ଶ୍ରୀମତି ପୁଷ୍ପାଞ୍ଜଲୀ ରବନା । ବଲାଙ୍ଗିର, କଲାହାଣ୍ଡି, ନୂଆପଡା, ସମ୍ବଲପୁର, ସୋନପୁର ଜିଲ୍ଲାରୁ ଏଥିରେ କବିମାନେ ଯୋଗଦେଇ କବିତା ପାଠ କରିଥିବା ବେଳେ ଅଞ୍ଚଳର ଅନେକ ଭାଷା ପ୍ରେମୀ ଏଥିରେ ଅଂଶ ଗ୍ରହଣକରି ସହଯୋଗ କରିଥିଲେ । ଲାଲଚନ ବଗର୍ତ୍ତୀ କବିତା ସମୀକ୍ଷା କରିଥିବା ବେଳେ ଭକ୍ତବନ୍ଧୁ ବିଶ୍ୱାଲ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.