ବଲାଙ୍ଗିର, (ଦେବାଶିଷ ମିଶ୍ର) : ମରୁଡି ଘୋଷଣା ସତ୍ୱେ ଭୁଲ ନୀତି ଯୋଗୁଁ ଚାଷୀକୂଳ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି ବୋଲି କୋଶଲି କିଷାନ ସଭା ଅଭିଯୋଗ କରିଛି । ଏହି ପରିପ୍ରେକ୍ଷୀରେ ଆଜି କୋଶଲି କିଷାନ ସଭା ୧୧ ଦଫା ଦାବୀରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛି । ଏହି ଦାବୀପତ୍ର ଅନୁସାରେ ଆଗାମୀ ୧୦ ଦିନ ମଧ୍ୟରେ ଓଡିଶାର ସମସ୍ତ ମରୁଡି ଗ୍ରସ୍ତ ଅଂଚଳକୁ ସଂପୁର୍ଣ୍ଣ ମରୁଡି ଘୋଷଣା କରାଯାଉ, ଅଗଷ୍ଟ ୨୦୦୨ ଅନୁଯାୟୀ ମରୁଡି ଘୋଷଣା ହେଉ, ଜଳସେଚିତ ଜମିରେ ହେକ୍ଟର ପ୍ରତି ୧୬୦୦୦ ଓ ଅଣଜଳସେଚିତ ଜମି ହେକ୍ଟର ପ୍ରତି ୮ହଜାର ଇନପୁଟ ସବସିଡି ପ୍ରଦାନ, ସମସ୍ତ ଚାଷୀଙ୍କୁ ୧ ମାସ ଭିତରେ ଇନପୁଟ ସବସିଡି ପ୍ରଦାନ କରାଯାଉ, ମରୁଡିଗ୍ରସ୍ତ ଚାଷୀଙ୍କୁ ୧୫ ଦିନ ମଧ୍ୟରେ ସାର ବିହନ ଓ କୀଟନାଶକ ଯୋଗଇ ଦିଆଯାଉ, ଚାଷୀମାନଙ୍କୁ ବିଦ୍ୟୁତ ଶୁକ୍ଳ, ଜଳ କର ଛାଡ କରାଯାଉ ଇତ୍ୟାଦି ୧୧ ଦଫା ଦାବୀ ପୂରଣ ନକଲେ ଚାଷୀକୂଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭୁକ୍ ହରତାଲ କରିବାକୁ ବାଧ୍ୟ ହେବେ ବୋଲି ନେତା ବାଲଗୋପାଲ ମିଶ୍ର ଚେତାଇ ଦେଇଛନ୍ତି ।