oom

ତେଲି ସମାଜ ପକ୍ଷରୁ କବିଙ୍କ ଜନ୍ମ ମାଟିରେ କୋଶଲୀ ସଂସ୍କୃତି ଦିବସ ପାଳିତ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କବିଙ୍କ ଜନ୍ମ ମାଟି ସାନକଲାଙ୍ଗାପାଲି ଗ୍ରାମରେ କବି ଅର୍ଜୁନ ସାହୁ ଆହ୍ଵାନରେ କୋଶଲୀ ସଂସ୍କୃତି ଦିନ କୋଶଳ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ପ୍ରଥମେ କବିଙ୍କ ବାସଗୃହରେ ପାଣ୍ଡୁଲିପିକୁ ପୂଜାକରି କବିଙ୍କ ଫଟୋ ଚିତ୍ରଧରି ଘଣ୍ଟ ଶଙ୍ଖ ବଜାଇ ଗ୍ରାମ ପରିକ୍ରମା କରାଯାଇଥିଲା । ପାରେଶ୍ୱର୍ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ମୋତିଲାଲ ସାହୁ, ସମ୍ମାନିତ ଅତିଥି ନକୁଳ ସାହୁ, ମହନ ସାହୁ, ଅନାଦି ସାହୁ, ବ୍ୟରାଗି ସାହୁ, ମୁଖ୍ୟବକ୍ତା ଭାବେ ଟିକେଲାଲ ସାହୁ ଯୋଗଦେଇ କବିଙ୍କ ଗୁଣଗାନ କରିବା ସହ କୋଶଲୀ ଭାଷାର ସରକାରୀ ମାନ୍ୟତା ପାଇଁ ଆମ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ପଡ଼ିବ ତଥା ଭାଷାକୁ ବଞ୍ଚାଇବାକୁ ହେଲେ କବିଙ୍କ ରଚିତ ରାମାୟଣ ଛପାଜାଇ ଗାଁ ଗାଁରେ ପୁରାଣ ପଠନ କାର୍ଯ୍ୟକ୍ରମ କଲେ ଆହୁରି କୋଶଲୀ ଭାଷା ସମୃଦ୍ଧି ହେବ ବୋଲି ମତ ପ୍ରଦାନ କରିଥିଲେ । କାର୍ତ୍ତିକ ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ମନୋଜ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କବି ରବିଚନ୍ଦ୍ର ସାହୁ, ନବରତ୍ନ ସାହୁ, ଈଶ୍ୱର ସାହୁ, ଦୟାନିଧି ସାହୁ ଓ କବିଙ୍କ ପୁଅ ଯଜ୍ଞ ସାହୁ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.