oom

କୋଶଳି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ଲୋକସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲୋକସଭାରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଆଜି ଦ୍ୱିତୀୟ ଦିନରେ କୋଶଳି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ସହ ଓଡିଶା ସରକାରଙ୍କ ସରକାରୀ ଭାଷାର ମାନ୍ୟତା ଦେବାପାଇଁ ଲୋକସଭାରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନିୟମ ୩୭ର ଅଧି ସୂଚନା ଅନୁଯାଇ ଲୋକସଭାରେ ସାଂସଦ ଶ୍ରୀ ପୁରୋହିତ ଏହି ପ୍ରସଙ୍ଗ ଉଠାଇ ଉଲ୍ଲେଖ କରିଛନ୍ତି ଯେ, ଓଡିଶାର ୩୦ଟି ଜିଲ୍ଲାରୁ ୧୧ଟି ଜିଲ୍ଲାର ଲୋକେ କୋଶଳି ଭାଷା କହନ୍ତି । ଏହା ଏକ ପ୍ରାଚୀନ ଭାଷା ସହ ଏହି ଭାଷାରେ ରାମାୟଣ, ମହାଭାରତ ଏବଂ ଭଗବତ ଗୀତା ଭଲି ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁବାଦିତ ହୋଇସାରିଛି । କୋଶଳି ଭାଷା ପଶ୍ଚିମ ଓଡିଶାର ପ୍ରାଥମିକ ଭାଷା ଅଟେ ବୋଲି ଶ୍ରୀ ପୁରୋହିତ ଉଲ୍ଲେଖ କରି ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ସହ ଏହି ଭାଷାକୁ ଓଡିଶା ସରକାରଙ୍କ ସରକାରୀ ଭାଷାରେ ମାନ୍ୟତା ଦେବାକୁ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.