ବଲାଙ୍ଗିର, (କେପିଏନ୍ଏସ୍) : କୋଶଳାଞ୍ଚଳର ଭାଷା ସଂସ୍କୃତି ପରମ୍ପରାକୁ ଦେଶ ବିଦେଶରେ ପହଞ୍ଚାଇବା ଲକ୍ଷରେ ହେଉଥିବା କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୫ ବର୍ଷ ୫ର ଫଳାଫଳ ଆଜି ଘୋଷଣା ହୋଇଛି । ଏଥିରେ ଅନଲାଇନ୍ ମାଧ୍ୟମରେ ପାଖାପାଖି ଦଶ ହଜାର ପ୍ରତିଯୋଗୀ ଭାଗ ନେଇ ଥିବାବେଳେ ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ବଲାଙ୍ଗିରର ଡକ୍ଟର ମୀନାବତୀ ମେହେର ପ୍ରଥମ ସ୍ଥାନ ହାସଲ କରି କୋଶଳ ସୁନ୍ଦରୀ ମୁକୁଟ ହାସଲ କରିଛନ୍ତି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ରାଉରକେଲା ସୁନ୍ଦରଗଡର ଇପ୍ପିତା କୁମ୍ଭାର ଏବଂ ତୃତୀୟ ସ୍ଥାନରେ ଅଛନ୍ତି ବରଗଡ ଗୋବିନ୍ଦପାଲିର ଝିଲି ସାହୁ (ଛନ୍ଦାରାଣୀ) । ସେହିପରି ସାତ ବର୍ଷରୁ ଏଗାର ବର୍ଷ ବିଭାଗରେ ପ୍ରଥମ ସ୍ଥାନରେ ଅଛନ୍ତି ବରଗଡର ଅଭୀପ୍ସା ପାଢୀ, ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସମ୍ବଲପୁରର ଶ୍ୱେତା ହୋତା ଏବଂ ତୃତୀୟ ସ୍ଥାନରେ ଅଛନ୍ତି ବରଗଡର ସ୍ରବ୍ୟା ସାନଭି ପଧାନ । ବାରରୁ ସତର ବର୍ଷ ବିଭାଗରେ ପ୍ରଥମ ସ୍ଥାନରେ ଅଛନ୍ତି ସୋନପୁରର ପାୟଲ ବିଶ୍ୱକର୍ମା, ଦ୍ୱିତୀୟ ସ୍ଥାନରେ ଅଛନ୍ତି ବରଗଡର ବୈଷ୍ଣବି ପଧାନ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ବରଗଡର ଭବ୍ୟ ବର୍ଲିକା ପ୍ରଧାନ । ସମସ୍ତ ବିଜୟିନୀ ମାନଙ୍କୁ ଆଗାମୀ ଦିନରେ ଏକ ଭବ୍ୟ ସମ୍ମାନିତ ସମାରୋହରେ ସମ୍ମାନିତ କରାଯିବ ବୋଲି କହିଛନ୍ତି ଏଆର୍ ମିଡିଆର ମୁଖ୍ୟ ଆରୁଷି ଅମୃତା । ଏହି ଅନଲାଇନ ଭିତ୍ତିକ କାର୍ଯ୍ୟକ୍ରମକୁ ଅକ୍ଷୟ ସରାଫ୍ ନିର୍ଦେଶନା ଦେଇ ଥିବାବେଳେ ହେମଲତା ନିଆଲ, କୋଶଳ ସୁନ୍ଦରୀ ଚୁମକି ମିଶ୍ର, କୋଶଳ ସୁନ୍ଦରୀ ସସ୍ମିତା ମେହେର, କୋଶଳ ସୁନ୍ଦରୀ ସୁନି ମେହେର, ଲିଟିଲ ନାୟକ, ଶିବପ୍ରିୟା ସାହୁ, ସଙ୍ଗୀତା ଦୀପ, ରିଙ୍କି ସରାଫ୍, ମୀନା ପଣ୍ଡା, ଝିଲି ରଣା, ଅରମାନ୍ ପ୍ରିୟାଂଶୁ ସରାଫ୍, ଅଶୋକ ସାହୁ, କିଶୋର ହୋତା, ଆଲୋକ ମେହେର, ତଥାଗତ ସ୍ୱାଇଁ, କିଶାନ ଅଗ୍ରୱାଲ, ବିରାଜ ନନ୍ଦ ପାଢୀ, ସଂଗ୍ରାମ୍ ପଣ୍ଡା, ବନମାଳୀ ଭୁଏ, ଛନ୍ଦାଚରଣ ଭୋଇ, ମଗଶିର ଭୋଇ, ନାରଦ ସାହୁ ପ୍ରମୁଖ ସହଯୋଗ କରିଥିଲେ । କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୫ ବର୍ଷ ୫ର ଫଳାଫଳ ଏଆର୍ ପ୍ରଡକ୍ସନର ମୁଖ୍ୟ ଆରୁଷି ଅମୃତା ସରାଫ୍ ଘୋଷଣା ହୋଇଥିବା କହିଛନ୍ତି ।