oum

କବି ଚତୁର୍ଭୁଜ ସାଆନ୍ତଙ୍କ ଦେହାନ୍ତରେ ‘କୋଶଳ ପ୍ରବାହ’ ପକ୍ଷରୁ ଶ୍ରଦ୍ଧାଂଜଳି : ପ୍ରତିବର୍ଷ ‘ଚତୁର୍ଭୁଜ ସାଆନ୍ତ ସ୍ମୃତି ସମ୍ମାନ’ ପ୍ରଦାନ କରାଯିବାକୁ ଘୋଷଣା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : କବି ଚତୁର୍ଭୁଜ ସାଆନ୍ତଙ୍କ ଦେହାନ୍ତରେ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଶ୍ରଦ୍ଧାଂଜଳି ପ୍ରଦାନ କରାଯାଇଛି । କୋଭିଡ୍‌ କଟକଣା ଯୋଗୁଁ ଭର୍ଚୁଆଲ୍‌ ଭାବେ ଆୟୋଜିତ ଶ୍ରଦ୍ଧାଂଜଳି ସଭାରେ ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁ, ପ୍ରଶାସନିକ ଅଧିକାରୀ ଶ୍ୟାମପ୍ରସାଦ ଗୁରୁ, ବିଜ୍ଞାପନ ଅଧିକାରୀ ଶମ୍ଭୁନାଥ ସାହୁ, ସହ ସଂପାଦିକା ଶ୍ରାବଣୀ ବିଶ୍ୱାଲ, ଏକାଉଣ୍ଟାଣ୍ଟ ତପସ୍ୱିନୀ ସାହୁ, ଜିଲ୍ଲା ପ୍ରତିନିଧି ଦେବାଶିଷ ମିଶ୍ରଙ୍କ ସମେତ ବିଭିନ୍ନ ଅଂଚଳର ପ୍ରତିନିଧିମାନେ ଯୋଗଦାନ କରି ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ସଂପାଦକ ଶ୍ରୀ ସାହୁ କହିଛନ୍ତି ଯେ, ‘କୋଶଳ ପ୍ରବାହ’ ଜନ୍ମ ନେବା ଦିନଠୁ କବି ଚତୁର୍ଭୁଜ ସାଆନ୍ତ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ସେ କେବଳ ମୋର ବଡ଼ଭାଇ ନଥିଲେ, ଆମ ଅନୁଷ୍ଠାନର ବଡ଼ଭାଇ ଥିଲେ । ଅନୁଷ୍ଠାନ ଆଜି ତା’ ବଡ଼ଭାଇଙ୍କୁ ହରାଇଛି । ତଥାପି କବିର ମୃତ୍ୟୁ ତ’ ନାହିଁ । ସେ ତାଙ୍କ କବିତା ଜଗତରେ ଅମର ହୋଇ ରହିବେ । କୋଶଲୀ ସାହିତ୍ୟ ଜଗତରେ ଜଣେ ସମ୍ଭାବନାମୟ ଉଜ୍ୱଳ ସ୍ରଷ୍ଟା ପୁରୁଷ ଥିଲେ କବି ଚତୁର୍ଭୁଜ ସାଆନ୍ତ । ପ୍ରଶାସନିକ ଅଧିକାରୀ ଶ୍ରୀ ଗୁରୁ କବି ଚତୁର୍ଭୁଜ ସାଆନ୍ତଙ୍କ ସ୍ମୃତି ଚାରଣ କରି ତାଙ୍କ ନିଷ୍କପଟ ଆତ୍ମୀୟତା ସଂପର୍କରେ ଆଲୋଚନା କରିଥିଲେ ।

ତେବେ ଚଳିତ ବର୍ଷ ଠାରୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତି ବର୍ଷ ‘କୋଶଳ ପ୍ରବାହ’ର ବାର୍ଷିକୋତ୍ସବରେ ଜଣେ ଉଦୀୟମାନ କୋଶଲୀ କବିଙ୍କୁ ‘ଚତୁର୍ଭୁଜ ସାଆନ୍ତ ସ୍ମୃତି ସମ୍ମାନ’ ପ୍ରଦାନ କରାଯିବ ବୋଲି ସଂପାଦକ ଶ୍ରୀ ସାହୁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.