‘କୋଶଳ ପ୍ରବାହ’ର ପ୍ରଭାବ : ବାର୍ଦ୍ଧକ୍ୟ ଭତ୍ତା ପାଇବେ ହିତାଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଖମରା ଗ୍ରାମ ପଞ୍ଚାୟତ ଧୁମାଭଟା ଗ୍ରାମର ଭାଗବତିଆ କଲାରୀ (୭୦), ନିତ୍ୟାନନ୍ଦ ନେଗୀ (୬୫) ଓ ଭଗବତିଆ ଡ଼ନସନା ପରିଣତ ବୟସରେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ରହିଥିବା ଖବର “କୋଶଳ ପ୍ରବାହ”ରୁ ଜାଣିବା ପରେ ବରଗଡ ଜିଲ୍ଲା ଅମ୍ବାଭୋନା ଗ୍ରାମର ଯୁବ ସମାଜସେବୀ ଅଭୟ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ କରି ଅଭିଯୋଗ କରିଥିଲେ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅଭିଯୋଗକୁ ଗୁରୁତ୍ୱ ଦେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଞ୍ଚାୟତ ଅଧିକାରୀ ମାନଙ୍କ ଠାରୁ ଉକ୍ତ ବ୍ୟକ୍ତିଙ୍କଠୁ ସମସ୍ତ ସରକାରୀ କାଗଜପତ୍ର ସଂଗ୍ରହ କରିଛନ୍ତି ଏବଂ ସେମାନଙ୍କୁ ଯଥାଶୀଘ୍ର ଭତ୍ତା ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛନ୍ତି ।

jittmm
Leave A Reply

Your email address will not be published.