କୋଇଲା ବୋଝେଇ ବଗିରେ ଲାଗିଲା ନିଆଁ

କଣ୍ଟାବାଞ୍ଜି, (କୈଲାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟସ୍ଥ ଆଜି ଏକ କୋଇଲା ବୋଝେଇ ବଗିରେ ନିଆଁ ଲାଗି ଯାଇଥିବା ଜଣାପଡିଛି । ଖବର ପାଇ କଣ୍ଟାବାଞ୍ଜି ଅଗ୍ନିଶମ ବାହିନୀ ପହଂଚି କୋଇଲା ବୋଝେଇ ବଗିରେ ଲାଗିଥିବା ନିଆଁକୁ ଲିଭାଇଥିବା ସୂଚନା ମିଳିଛି । କୋଇଲା ବୋଝେଇ ଟ୍ରେନରେ ଅଲଗା ବଗିକୁ ନିଆଁ ଲାଗିଥିବାର ଅନୁମାନ କରି ଅଗ୍ନିଶମ ବିଭାଗ ଅନ୍ୟ କୋଇଲା ବଗିମାନଙ୍କୁ ଯାଞ୍ଚ ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଯେ, କୋଇଲା ବୋଝେଇ ଟ୍ରେନ ରାୟପୁରରୁ କଣ୍ଟାବାଞ୍ଜି ପଟେ ଆସୁଥିବା ବେଳେ ତୁରେକେଲା ରେଲୱେ ନିକଟରେ କୋଇଲା ଟ୍ରେନ ବଗିରେ ନିଆଁ ଲାଗିଯାଇଥିଲା ।

Leave A Reply

Your email address will not be published.