centurian jitm

ଘଡ଼ଘଡ଼ାପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହସ୍ଵାମୀଙ୍କ କୋହଲା ଯାତ୍ରା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚାମାଖଣ୍ଡି ପଞ୍ଚାୟତର ଘଡ଼ଘଡ଼ାପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହସ୍ଵାମୀଙ୍କ କୋହଲା ଯାତ୍ରା ଉଦଯାପିତ ହୋଇଯାଇଛି । ଏହି ଯାତ୍ରା ମହୋତ୍ସବରେ ପ୍ରତିଷ୍ଠିତ ଆଧ୍ୟାତ୍ମିକ ସଂଗଠନ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ୍ ସେବା ନୃତ୍ୟ କଳା କେନ୍ଦ୍ର ତରଫରୁ ଆୟୋଜିତ କୋହଲା ଯାତ୍ରା ବର୍ଣ୍ଣାଢ଼୍ୟ ସମାରୋହରେ ବିବିଧା ପଟୁଆର ନେଇ ସମାହିତ ହୋଇଯାଇଛି । ଦାସୁଡୁ ସେବାଦଳଙ୍କ ମଧ୍ୟରେ ଦାସୁଡୁ ନୃତ୍ୟଗୁରୁ ସତ୍ୟମ୍ ରେଡ୍ଡୀ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇ ସମ୍ବର୍ଦ୍ଧିତ ହୋଇଥିଲେ । ଭଗବତ ଗୀତା ଗାଦି ଗୋସାଇଁ ଦାସୁଡୁ ଗୁରୁ ସତ୍ୟମଙ୍କ କୋହଲା ନୃତ୍ୟ ପ୍ରଦର୍ଶନରେ ଅଗଣିତ ଭକ୍ତଗଣଙ୍କୁ ଚମତ୍କୃତ୍ କରିଦେଇଥିଲା । ଅଗ୍ନି ମଶାଲ ଅବା କୋହଲା ନୃତ୍ୟ ପ୍ରଦର୍ଶନରେ ଏହି ଭକ୍ତିବାଦର ଦଳ ସମୂହଙ୍କ ନୃତ୍ୟ, ବାଦ୍ୟ, ଝାଞ୍ଜରେ ଗ୍ରାମର ଗଗନ ପବନରେ ମୁଖରୀତ ହୋଇଉଠିଥିଲା । ଗୋଟିଏ ରାତ୍ରି ସାରା ଗ୍ରାମବାସୀ ସମସ୍ତେ ଶ୍ରୀ ହରିଙ୍କ ଭକ୍ତିଭାବାପ୍ନରେ ମଜ୍ଜି ଯାଇଥିଲେ । ଉକ୍ତ ଗ୍ରାମ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ନାମ ଶ୍ରୀ ହରି, ଶ୍ରୀ ହରି ଜପି ଭକ୍ତି-ଭାବାପ୍ନରେ ଭକ୍ତଗୋଷ୍ଠୀ, ବୁଦ୍ଧିଜୀବୀ, ଗ୍ରାମବାସୀ ଗଣ ନିଜ ନିଜ ଭାବନାକୁ ଉତ୍ସର୍ଗୀକୃତ କରିଥିଲେ । ଯାହାକି ଏହି ନିଆରା ପରମ୍ପରା ସମସ୍ତଙ୍କୁ ଆହ୍ଲାଦିତ କରିଦେଇଛି ।

Leave A Reply

Your email address will not be published.