ଚୋରମରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଡବନ୍ଧ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଦେଓଗାଁ, (କେପିଏନଏସ) : ଦେଓଗାଁ ବ୍ଳକ ସାରସମାଲ ପଞ୍ଚାୟତ ଅନ୍ତର୍ଗତ ଚୋରମରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେେ ବଡବନ୍ଧ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରି, ମୁଖ୍ୟ ଅତିଥି ବଡବନ୍ଧ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ କୁମାର ମେହେର, ମୁଖ୍ୟବକ୍ତା ସମ୍ମାନିତ ଅତିଥି ରୂପେ ସାରସମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଗୋପାଳ ବାଗ ଏବଂ ବଡବନ୍ଧ ଗ୍ରାମପଞ୍ଚାୟତ ସରପଞ୍ଚ ଜଗବନ୍ଧୁ ମେହେର ଯୋଗ ଦେଇଥିଲେ । ସିଆରସିସି ଜଗଦୀଶ ପଧାନ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । କ୍ଲଷ୍ଟର ଅଧିନ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଦେବାନନ୍ଦ ନିଷାଦ, ପଦ୍ମଲୋଚନ କୁମ୍ଭାର, ନିବେଦିତା ଦାସ, ମଧୁମିତା ଅଲତିଆ, ରବିଚନ୍ଦ୍ର ବୁଡେକ, ଦିଲୀପ ପ୍ରଧାନ, ହୋଲିଶ୍ବର ଧାରୁଆ, ଜ୍ୟୋତିଲାଲ ସାହୁ, ପ୍ରସାନ୍ତ ଗଡତ୍ୟା, ସୁଶାନ୍ତ ସାହୁ , ମିକି ଭୋଇ , ଅଶ୍ୱିନୀ ନାୟକ, ସସ୍ମିତା ସେଠ, କ୍ଷମାନିଧି ପ୍ରଧାନ, ବିନାୟକ ଥନାପତି, ମଧୁସୂଦନ ଭୋଇ, ରାମ ସାହୁ, ସନ୍ଧ୍ୟାରାଣୀ ମେହେର, ଆଲୋକିନି ପ୍ରଧାନ, ଲୁଚନ ଛତ୍ରିଆ, କୁବେର ମଲ୍ଲିକ, ତୃପ୍ତିମୟୀ ପ୍ରଧାନ,ସନାତନ ମେହେର, ସୁବ୍ରତ କୁମାର ବାବୁ, ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଗଣ୍ଡାରାମ ସାହୁ, ଚମ୍ପେଶ୍ୱର ଭୋଇ, ରାଜା କରନ ତଥା ଚୋରମରା ଗ୍ରାମବାସୀ ସହଯୋଗ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଶେଷରେ ସହକାରୀ ଶିକ୍ଷକ ସୁଶାନ୍ତ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.