ସାଧାରଣ ଲୋକଙ୍କ ବନ୍ଧୁ କିଶୋରୀ ମହାରାଜଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଧାରଣ ଲୋକଙ୍କ ସାଥୀ ପୂର୍ବତନ କାଉନସିଲର କିଶୋରୀ ମହାରାଜଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ କିଶୋର ଚନ୍ଦ୍ର ଦାସ ଗରିବ ଜନସାଧାରଣଙ୍କ ପ୍ରତି ତାଙ୍କର ସମ୍ବେଦନଶୀଳତା ପାଇ ବହୁ ଚର୍ଚ୍ଚିତ ଥିଲେ । ସ୍ୱର୍ଗତ ଦାଶ ବଲାଙ୍ଗିର ପୌର ପାଳିକାରୁ ଏକାଧିକ ଥର ନିର୍ବାଚିତ ହୋଇଥିଲେ । ପାଟଣା ମହାରାଜ ରାଜେନ୍ଦ୍ର ନାରାୟଣ ସିଂହ ଦେଓ ଶ୍ରୀ ଦାସଙ୍କ ସମାଜସେବାରେ ଉତ୍ସର୍ଗୀକୃତ ମନୋଭାବ ପାଇଁ ତାଙ୍କୁ ଶ୍ରଦ୍ଧାରେ କିଶୋରୀ ମହାରାଜ ବୋଲି ସମ୍ବୋଧନ କରୁଥିଲେ । ସ୍ୱର୍ଗତ ଦାସ ୧୯୪୧ ମସିହାରେ ବଲାଙ୍ଗିରଠାରେ ଜନ୍ମଗ୍ରହଣ କରିଥିବା ବେଳେ ୨୭.୧୨.୨୦୨୩ ରିଖ ଦିନ ଇହଲିଳା ସମ୍ବରଣ କରିଛନ୍ତି । ସ୍ୱର୍ଗତ କିଶୋରୀ ମହାରାଜ ଗରିବ, ଖଟିଖିଆମାନଙ୍କ ପାଇଁ ସଦା କାର୍ଯ୍ୟ କରି ବଲାଙ୍ଗିରରେ ବହୁ ଚର୍ଚ୍ଚିତ ଥିଲେ । ତାଙ୍କ ବିୟୋଗରେ ବଲାଙ୍ଗିରରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.