କିଷାନ ଭାଗିଦାରୀ ପ୍ରାଥମିକତା ହମାରୀ ଅଭିଯାନ

ବଲାଙ୍ଗିର, (ଦେବାଶଷିଷ ମିଶ୍ର) : ଆଗଲପୁର ଡୁଡୁକା ବ୍ଲକ ଅନ୍ତର୍ଗତ କୁଟାସିଂହ ଗ୍ରାମର କପିଳେଶ୍ୱର ପ୍ରାଙ୍ଗଣ କଣ୍ଟାପାଲି ଠାରେ ତ୍ରିରଙ୍ଗା ଯୁବକ ସଂଘ ଓ ଅଭୟା କୃଷକ ଉତ୍ପାଦକ କମ୍ପାନୀର ଆୟୋଜନ କ୍ରମେ ଏମ୍‌ଡି ନରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ତ୍ରିରଙ୍ଗା ଯୁବକ ସଂଘର ସଂମ୍ପାଦକ କୈଳାଶ ଚନ୍ଦ୍ର ସାହୁ ଯୋଗଦେଇ ଚାଷୀଗଣ କିଷାନ କ୍ରେଡିଟ କାର୍ଡ କରିବାକୁ ପରାମର୍ଶ ଦେଇଥିଲେ । ତତ୍ ସହ କେସିସିର ଲାଭ ଉପରେ ଜଣାଇବା ସହ ପ୍ରତ୍ୟେକ ଚାଷୀ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଋଣ କରି ଲାଭବାନ ହେବା ସହିତ ଇନସୁରେନସର ସୁବିଧା ପ‍ାଇବାକୁ ଜଣାଇଦିଆଯାଇଥିଲା ।ମୁଖ୍ୟବକ୍ତା ପ୍ରେମାନନ୍ଦ ମିଶ୍ର ଅଭୟା କୃଷକ ଉତ୍ପାଦକ କମ୍ପାନୀର ବୋର୍ଡ ସଭ୍ୟ ଓ ଏମ୍‌ଡି ପରିବର୍ତ୍ତନ ଦିଗରେ ଆଲୋକପାତ କରିଥିଲେ ।ଅତିଥିଭାବେ ସମାଜସେବୀ ପ୍ରମୋଦ ବର୍ଗତ୍ତି ଉପସ୍ଥିତ ରହି ଚାଷୀଗଣ ଉତ୍ପାଦକ କମ୍ପାନୀରେ ବହୁସଂଖ୍ୟକ ସାମଲି ହେବା ପାଇଁ ବୈଠକ, ବିଜ୍ଞାପନ, ସଚେତନା ହୋର୍ଡ ପୋଷ୍ଟର କରିବାକୁ କହିଥିଲେ । ଏଥିରେ ପୂର୍ବତନ ସରପଞ୍ଚ ଲିଙ୍ଗରାଜ ସାହୁ, ନକୁଳ ପାତ୍ର, ଗୋବର୍ଦ୍ଧନ ପ୍ରଧାନ ସଂକ୍ରିୟ ଅଂଶଗ୍ରହଣ କରିଥିଲେ । ମୃଶୁଣ୍ତି ପଞ୍ଚାୟତର ସମିତି ସଭ୍ୟ ପବିତ୍ର ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.