ବଲାଙ୍ଗିର, (କେପିଏନ୍ଏସ୍) : ଭାରତ ଦୃତଗତିରେ ସହରୀକରଣ ଏବଂ ପରିବାର ଗୁଡିକ ଛୋଟ ଭାଗରେ ବିଭକ୍ତ ହେଉଛି, ସାଧାରଣତଃ ସହରାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ମଧ୍ୟ ବୃଦ୍ଧବୃଦ୍ଧାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥାଏ । ବୃଦ୍ଧାଶ୍ରମ କେତେକଙ୍କ ପାଇଁ ଆଶୀର୍ବାଦ ହୋଇଥିବା ବେଳେ ଅନ୍ୟ ଲୋକଙ୍କ ପାଇଁ ଏହା ଏକ ଅଭିଶାପ ତଥାପି ବୃଦ୍ଧାଶ୍ରମ ବୃଦ୍ଧବୃଦ୍ଧାମାନଙ୍କ ଶେଷ ଆଶା । ତେଣୁ ସେମାନେ ପ୍ରତ୍ୟେକ ସୁବିଧା ପାଇବା ଉଚିତ୍ । ଏହି ପୃଥିବୀରେ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଅନ୍ୟର ମନର ଏବଂ ହୃଦୟର ଭାଷାକୁ ବୁଝନ୍ତି ଏବଂ ସହାନୁଭୂତି କରନ୍ତି । ଏହାକୁ ଦୃଷ୍ଟିରେ ରଖି ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ବଲାଙ୍ଗିରରେ ଥିବା ବୃଦ୍ଧାଶ୍ରମ ଅନ୍ତେବାସୀମାନଙ୍କ ପାଇଁ କିରଣ ନାମକ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଯେଉଁଥିରେ ସେମାନଙ୍କୁ ସବୁ ସମୟରେ ଖୁସି ରହିବା, ଅନ୍ୟମାନଙ୍କ ସହିତ ମିଶିବା ଏବଂ ଅନ୍ୟକୁ ସବୁସମୟରେ ସହଯୋଗ କରିବା ବିଷୟରେ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଆର୍ତତ୍ରାଣ ପାଢ଼ୀ, ନୀଲମ ଅଗ୍ରୱାଲ, ସାନ୍ତୋଶ ଲାଲ ଏବଂ ପିଙ୍କି ମୋଦୀ ସେମାନଙ୍କର ସର୍ବୋତ୍ତମ ସହାୟତା ପ୍ରଦାନ କରିଥିଲେ ।