centurian jitm

ଦଣ୍ଡନାଚର ଅଭିନୟକାରୀ କିନ୍ନରଙ୍କ ମୃତ୍ୟୁ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ଥାନା ଫାଶିଗୁଡ଼ା ଗାଁର ଏକ ଘଟଣା ଯାହାକି, ଦଣ୍ଡନାଚରେ ଅଭିନୟ କରୁଥିବା କିନ୍ନରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଘଟଣା ସମ୍ପର୍କରେ ଜଣାଯାଇଛି ଯେ’ କିନ୍ନରଙ୍କ ରାତ୍ରି କାଳୀନ ମଞ୍ଚ ଅଭିନୟ ପରେ ରାତିରେ ଘରେ ବିଶ୍ରାମ ନେଇଥିଲେ ହେଲେ ଆଜି ସକାଳେ କିନ୍ନର ଅର୍ଚ୍ଚିତା ବିଷୋୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ ହୋଇଛି । ଦିଗପହଣ୍ଡି ପୋଲିସର ଏନେଇ ଘଟଣା ସମ୍ପର୍କରେ ଅଧିକା ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

Leave A Reply

Your email address will not be published.