୨ୟ ଶ୍ରେଣୀର ଛାତ୍ର କିଡ୍‌ନୀ ରୋଗରେ ଆକ୍ରାନ୍ତ : ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ତେନ୍ତୁଲିମୁଣ୍ଡା ଗ୍ରାମର ଗରିବ ଅସହାୟ ଈଶ୍ୱର ସୁନାଙ୍କ ପୁଅ ରାଘବ ସୁନା(୭) କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ହେଲେ ଅର୍ଥାଭାବ ଯୋଗୁଁ ଚିକିତ୍ସିତ ହେଉପାରୁନାହିଁ । ବର୍ତ୍ତମାନ ଶିଶୁଟି ବଲାଙ୍ଗିର ଭୀମଭୋଇ ମେଡିକାଲ ହସପିଟାଲରେ ଚିକତ୍ସିତ ହେଉଥିବା ବେଳେ ସେ ଏବେ୨ୟ ଶ୍ରେଣୀର ଛାତ୍ର ଅଟନ୍ତି । ପଇସା ଅଭାବରୁ ସେ ଅଧିକ ଚିକିତ୍ସା କରିପାରୁନାହାନ୍ତି । ରାଘବଙ୍କ ଚିକିତ୍ସା ପାଇଁ ଯାହା ବି ଜମିବାଡି ଥିଲା ସବୁ ବିକି ସାରିଲେଣି ତାଙ୍କ ବାପା । ତେଣୁ ଶିଶୁଟିର ଅମୂଲ୍ୟ ଜୀବନକୁ ରକ୍ଷା କରିବାକୁ ତାଙ୍କ ବାପା ମା’ ଆକୁଳ ନିବେଦନ କରିଛନ୍ତି । ଆର୍ଥିକ ସହାୟତାର ଆବଶ୍ୟକତା ରହିଛି । ସହୃଦୟବାନ ବ୍ୟକ୍ତି ବିଶେଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.