jayashree

ତାଳଚେର ବିମଳାଗଡ ରେଳ ପ୍ରକଳ୍ପର ଅହେତୁକ ବିଳମ୍ବ ନେଇ ସଚେତନ ନାଗରିକ ମଞ୍ଚର କ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀର୍ଘ ୬ ଦଶନ୍ଧି ଧରି ଚାଲିଥିବା ତାଳଚେର ବିମଳାଗଡ ରେଳପଥ ନିର୍ମାଣରେ ବହୁ ବିଳମ୍ବ ନେଇ ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି ପି ରାୟ କ୍ଷୋଭ ପ୍ରକାଶ କରିଛନ୍ତି । ଦେବଗଡ ଜିଲ୍ଲାର ତୃଟିପୂର୍ଣ୍ଣ ଜମିଜମା ରେକର୍ଡ ଏଦିଗରେ ବାଧକ ସାଜିଥିବା ଜଣାପଡ଼ିଛି । ସମ୍ପ୍ରତି ମୁଖ୍ୟ ଶାସନ ସଚିବ କଳାହାଣ୍ଡି ଜିଲ୍ଲାର ବହୁବିଧ ଉନ୍ନତିରେ ନିଜର ସ୍ୱାକ୍ଷର ଛାଡିଛନ୍ତି । ଏଭଳି ସ୍ଥିତିରେ ଏହି ବହୁ ଦିନର ପ୍ରକଳ୍ପ ଶେଷ ହୋଇପାରିଲେ ଏହା କେବଳ ତାଙ୍କର ଦକ୍ଷତା ନୁହେଁ ବରଂ ରାଜ୍ୟ ସରକାରଙ୍କ ସଫଳ କାର୍ଯ୍ୟରେ ଯୋଡି ହୋଇପାରିବ । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲାରେ ଜମି ଅଧିଗ୍ରହଣର ସମସ୍ୟା ନଥିବା ବେଳେ ଦେବଗଡ ଜିଲ୍ଲାର ଜଙ୍ଗଲ ଓ ରାଜସ୍ୱ ବିଭାଗ ଜମି ବର୍ଗୀକରଣ ରେକର୍ଡ ତୃଟିପୂର୍ଣ୍ଣ ରହିଛି । ତେଣୁ ଏହାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଦୀର୍ଘ ଦିନର ଦାବୀ ଓ ଆଶାକୁ ପୂରଣ କରିବା ପାଇଁ ଶ୍ରୀ ରାୟ ଦାବୀ କରିଛନ୍ତି ।

Leave A Reply

Your email address will not be published.