ls

ନିଆରା ଢଙ୍ଗରେ ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ

sb

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ବିଭିନ୍ନ ସ୍ଥାନରେ ଖୁଦୁରୁକୁଣୀ ଓଷା ଆନନ୍ଦ ଉଲ୍ଲାସର ସହ ସମାହିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଥିବା ଖୁଦୁରୁକୁଣୀ ଓଷା ଏକ ଅନନ୍ୟ ନିଆରା । ଗତକାଲି ଅଣ୍ଡା ଗ୍ରାମରେ ଆନନ୍ଦଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦଯାପିତ ହୋଇଯାଇଛି । ସକାଳୁ ସକାଳୁ ଗ୍ରାମର ତରୁଣୀ ଲଳନାମାନେ ଫୁଲ ତୋଳା ତୋଳି କରି ସନ୍ଧ୍ୟାରେ ମା’ଙ୍କ ଷୋଡଶ ପୂଜାର୍ଚ୍ଚନାର ସହ ଭକ୍ତି ଆରାଧନା କରି ଲୋକଗୀତ, ଭଜନ, ଜଣାଣରେ ମତୁଆଲାରେ ଉତ୍ସବ ମୁଖରିତ କରିଥିଲେ । ଗତକାଲି ଥିଲା ଶେଷ ଭକ୍ତି ଭାବାପନ୍ନର ମଉଜ ଆସର ବେଶ ଜମିଥିଲା । ଗ୍ରାମର ସମସ୍ତ ବର୍ଗରର ଲୋକମାନଙ୍କ ସହଯୋଗରେ ଝିଅ ବୋହୂ ମାନଙ୍କ ଦ୍ୱାରା ପାଳିତ ଏହି ଖୁଦୁରୁକୁଣୀ ଓଷାକୁ ବର୍ଣ୍ଣାଢ୍ୟ ସମାରୋହରେ ଉଦ୍‌ଯାପିତ କରାଯାଇଛି ।

pc pk
Leave A Reply

Your email address will not be published.