ଖୁଦୁରୁକୁଣୀ ଶେଷ ରବିବାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଖୁଦୁରୁକୁଣୀ ଓଷା ଓଡିଶାର ପୁରପଲ୍ଲୀରେ ଏହା ଭାଦ୍ରବମାସର ପ୍ରତି ରବିବାର ଦିନ ପାଳିତ ହୋଇଥାଏ । ଏହି ବ୍ରତକୁ କୁଆଁରୀ ଝିଅ ମାନେ ମା’ମଙ୍ଗଳାଙ୍କ ପାଖରେ ନିଜ ଭାଈମାନଙ୍କର ଶୁଭ ମନାସୀ ପାଳନ କରିଥାନ୍ତି । ଆଜି ଡେଲାଙ୍ଗରେ ପ୍ରତି ଗାଁ ଗଣ୍ଡାରେ ଖୁଦୁରୁକୁଣୀ ଶେଷ ରବିବାରରେ କୁଆଁରୀ ଝିଅମାନେ ପ୍ରତ୍ୟୁଷରୁ ସ୍ନାନ କରି ମା’ମଙ୍ଗଳାଙ୍କୁ ଧୂପ ଦୀପ, ଫୁଲ ଚନ୍ଦନ, ସିନ୍ଦୂର ଫଳମୂଳ, ଭୋଗ ଦେଇ ପୂଜାର୍ଚ୍ଚନା କରି ବାନୂକା ଅର୍ପଣ କରିଥାନ୍ତି । ସନ୍ଧ୍ୟାରେ ଝିଅମାନେ ସୁସଜ୍ଜିତ ମା’ମଙ୍ଗଳାଙ୍କ ମୃନ୍ମୟ ମୂର୍ତ୍ତୀ ପୂଜାକରି ବନ୍ଦନା ଜ୍ଞାନ କରିବା ସହ ଦୂହୂଡି ଉତ୍ସବ ପାଳନ କରିଥାନ୍ତି । ଶେଷରେ ମା’ ଖୁଦୁରୁକୁଣୀଙ୍କୁ ସୁସଜ୍ଜିତ ମେଢରେ ଆସ୍ଥାନ କରି ଘଣ୍ଟ ବଜାଇ, ବାଜା ବାଣ ଫୁଟାଇ ଶୋଭାଯାତ୍ରାରେ ନେଇ ନିକଟସ୍ଥ ପୁଷ୍କରଣୀ ଓ ନଦୀରେ ବିସର୍ଜନ କରିଥାନ୍ତି । ଏହି ପୂଜା ଓ କାହାଣୀ କଳିଙ୍ଗର ଗୌରବମୟ ପ୍ରାଚୀନ ନୌ-ବାଣିଜ୍ୟର ସ୍ମୃତି ବଖାଣେ । ପୂର୍ବେ କଳିଙ୍ଗର ସାଧବ ପୁଅମାନେ ବୋଇତ ଯାତ୍ରା କରି ଜାଭା, ମାଳୟ, ବାଲି, ସୁମାତ୍ରା, ବୋର୍ଣ୍ଣିଓ ଆଦି ଦରିଆ ପାରି ଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ । ଏହି ଦୁଃସାହସିକ ସମୁଦ୍ର ଯାତ୍ରାରେ ଏକ ମାତ୍ର ସାହା ଥିଲେ ମାଆ ମଙ୍ଗଳା । କର୍ପୁର ଉଡ଼ିଯାଇ କନା ପଡ଼ିରହିଛି । ଆଜି ନାହିଁ ସେ ବୋଇତ, ନାହିଁ ଓଡ଼ିଆ ପୁଅର ସେହି ନୌ ବାଣିଜ୍ୟ । ସ୍ମୃତି ସ୍ୱରୂପେ ରହି ଯାଇଛି ନୀରୀମାଖି ତଅପୋଇର କାହାଣୀ ଓ ମାଆ ଖୁଦୁରୁକୁଣୀଙ୍କ ପୂଜା ।

Leave A Reply

Your email address will not be published.

error: Content is protected !!