oom

ରେଙ୍ଗାଲଜୁରୀରେ ଖୁଦୁରୁକୁଣୀ ଓଷା ପାଳିତ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମରେ ପ୍ରହରୀ ମଣ୍ଡପ ଠାରେ ଖୁଦୁରୁକୁଣୀ ଓଷା ପାଳିତ ହୋଇଯାଇଛି । ଓଷା ବିଧି ଅନୁସାରେ ଭାଦ୍ରବ ମାସର ପ୍ରତ୍ୟେକ ରବିବାର ସନ୍ଧ୍ୟାରେ କୁଆଁରୀ ଝିଅମାନେ ଖୁଦୁରୁକୁଣୀ ଓଷା ବ୍ରତ ପାଳନ କରନ୍ତି । କୁଆଁରୀ ଝିଅ ମାନେ ରବିବାର ଦିନ ସାରା ନିର୍ଜଳା ଉପବାସ ରହି ସନ୍ଧ୍ୟା ୪ ଘଣ୍ଟା ସମୟରେ ନଦୀକୁ ଗାଧୋଇ ଯାଇ ପୂର୍ଣ୍ଣ କଳଶରେ ଜଳ ଆଣିବା ପରେ ରାତିର ପ୍ରଥମ ପ୍ରହର ସମୟରେ ପୂର୍ଣ୍ଣ କଳଶ ସ୍ଥାପନ ସହ ମାଁ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଖୁଦୁରୁକୁଣୀ ଓଷା ବ୍ରତ କଥା ପାଠ କରିଥାନ୍ତି । ଭାଇ ମାନଙ୍କ ମଙ୍ଗଳ କାମନା କରି ପୂଜା କରିବା ସହିତ ନିଜ ମାନସିକ ରଖି ଓଷା ପାଳନ କରୁଛନ୍ତି ବୋଲି ଖୁଦୁରୁକୁଣୀ ଓଷା ବ୍ରତ ପାଳନ କରୁଥିବା କୁମାରୀ ବେଲମତୀ ଷାଣ୍ଢ, ଚମ୍ପାବତୀ ବରିହା, ଶ୍ରଦ୍ଧାଞ୍ଜଳି ମଲ୍ଲିକ, ରଶ୍ମିତା ପୁଟେଲ, ପୁଷ୍ପାଞ୍ଜଳି ମଲିକ ପ୍ରମୁଖ କହିଛନ୍ତି ।

jittmm
Leave A Reply

Your email address will not be published.