ଖୁବ୍‌ ବ୍ୟାପୁଛି ଦ୍ୱିତୀୟ ଲହରରେ କରୋନା : ଆଜି ରାଜ୍ୟରେ ୧୨୮୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦ୍ୱିତୀୟ ଲହରରେ ଖୁବ୍‌ ବ୍ୟାପୁଛି କରୋନା । ଗତ ୨୪ ଘଂଟା ମଧ୍ୟରେ ୧୨୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୫୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୨୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୯, ବାଲେଶ୍ୱରରୁ ୧୦, ବରଗଡ଼ରୁ ୮୪, ଭଦ୍ରକରୁ ୨୪, ବଲାଙ୍ଗିରରୁ ୪୫, କଟକରୁ ୬୩, ଦେବଗଡ଼ରୁ ୩, ଗଜପତିରୁ ୧, ଗଂଜାମରୁ ୩୨, ଜଗତସିଂହପୁରରୁ ୩, ଯାଜପୁରରୁ ୨୬, ଝାରସୁଗୁଡ଼ାରୁ ୩୬, କଳାହାଣ୍ଡିରୁ ୧୦୮, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୬, କେଉଁଝରରୁ ୬, ଖୋର୍ଦ୍ଧାରୁ ୧୯୨, କୋରାପୁଟରୁ ୮, ମୟୁରଭଂଜରୁ ୫୨, ନବରଂଗପୁରରୁ ୨୭, ନୟାଗଡ଼ରୁ ୧୦, ନୂଆପଡ଼ାରୁ ୮୨, ପୁରୀରୁ ୨୮, ରାୟଗଡ଼ାରୁ ୧୫, ସମ୍ବଲପୁରରୁ ୮୨, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୨୨୪ ଓ ଷ୍ଟେଟ ପୁଲ୍‌ରୁ ୪୫ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୪୬୮୦୮ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୮୮୯୦ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୪୧ ରହିଛି ।

Leave A Reply

Your email address will not be published.