om academy

ଦୀର୍ଘ ୨୦ ମାସ ପରେ ଖୋଲିଲା ଷଷ୍ଠ ଏବଂ ସପ୍ତମ ଶ୍ରେଣୀ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଖାପାଖି ଦେଢ଼ବର୍ଷ ପରେ କରୋନା ମହାମାରୀ ପାଇଁ ବିଦ୍ୟାଳୟଗୁଡ଼ିକ ବନ୍ଦ ପଡିଥିଲା ଛାତ୍ରଛାତ୍ରୀମାନେ ଅନ୍‌ଲାଇନ ମାଧ୍ୟମରେ ପାଠ ପଢ଼ୁଥିଲେ । ସରକାରୀ ନିର୍ଦେଶ ଅନୁଯାୟୀ ପର୍ଯ୍ୟାୟ କ୍ରମେ ପ୍ରଥମେ ଦଶମ ଶ୍ରେଣୀ ପରେ ନବମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବାକୁ ବିଦ୍ୟାଳୟ ଆସିଲେ । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦେଶ ଅନୁଯାୟୀ ସୋମବାର ଦିନଠାରୁ ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିଛନ୍ତି । କରୋନା ମହାମାରୀ ଯୋଗୁଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଠପ ହୋଇଥିବା ଫଳରେ ସୋମବାର ଦିନ ବିଦ୍ୟାଳୟ ଖୋଲିଥିବାରୁ ପିଲାମାନେ ଖୁବ ଉତ୍ସାହିତ ଅଛନ୍ତି । ଏହି କ୍ରମରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲା ଆମ ଟିମ୍‌, ସେଠାରେ ଛାତ୍ରଛାତ୍ରୀମାନଙ୍କ ପ୍ରତିକ୍ରିୟା ନେଇଥିଲା । ଛାତ୍ରଛାତ୍ରୀମାନେ ଉତ୍ସାହିତ ଅଛନ୍ତି, ବିଦ୍ୟାଳୟକୁ ପ୍ରବେଶ ସମୟରେ ଶିକ୍ଷକମାନେ ପିଲାମାନଙ୍କ ଥର୍ମାଲ ସ୍କାନିଂ କରିବା ସହ ସାନିଟାଇଜର ଦେଇ ସ୍ୱାଗତ କରିଥିଲେ । ସମସ୍ତେ ମାସ୍କ ପିନ୍ଧିଥିବା ସୁନିଶ୍ଚିତ ମଧ୍ୟ କରାଉଥିଲେ ଯାହାପାଖରେ ମାସ୍କ ନ ଥିଲା ତାଙ୍କୁ ବିଦ୍ୟାଳୟ ତରଫରୁ ମାସ୍କ ବଣ୍ଟନ କରାଯାଇଥିଲା । ଏହାଛଡ଼ା ଶ୍ରେଣୀ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବସିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ମୋଟାମୋଟି ଭାବରେ କହିବାକୁ ଗଲେ ବିଦ୍ୟାଳୟକୁ ଆସି ପିଲାମାନେ ବେଶ ଉତ୍ସାହିତ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.