oum

ଡେଲାଙ୍ଗରେ ଖୋଲିଲା ଅତ୍ୟାଧୁନିକ ଜିମ୍‌ ସେଣ୍ଟର୍

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ପାଇଁ ଡେଲାଙ୍ଗ ଷ୍ଟେଟ ବ୍ୟାଙ୍କ ସନ୍ନିକଟରେ ରବିବାର ସନ୍ଧ୍ୟାରେ ଜିମ୍‌ ସେଣ୍ଟର୍ ଡେଲାଙ୍ଗ ଥାନା ଆଇଆଇସି ଅନିଲ କୁମାର ମାହାନ୍ତିଙ୍କ କରକମଲରେ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ଉଦ୍ୟୋଗୀ ପ୍ରତ୍ୟୁଷ ନିଶଙ୍କ ଏହି ଜିମ୍‌ ପ୍ରତିଷ୍ଠାନ ଉଦ୍‌ଘାଟନ୍ ଉତ୍ସବରେ ସ୍ଥାନୀୟ ସରପଂଚ ଦୀପକ କୁମାର ସାହୁ, ସମାଜସେବୀ ତଥା ଯୁବ ଆଇନଜୀବୀ ଶଶୀ ଶେଖର୍ ରାୟ, ପ୍ରତ୍ୟୁଷଙ୍କ ପିତା ସୁରେନ୍ଦ୍ର ନିଶିଙ୍କ ଓ ମାତା ଝରଣା ନିଶଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୁବଗୋଷ୍ଠୀ ଉପସ୍ଥିତ ଥିଲେ । ଶରୀରକୁ ସୁସ୍ଥ, ସୁନ୍ଦର ଓ ମଜବୁତ କରି ଗଢି ତୋଳିବାରେ ଏହି ଅତ୍ୟାଧୁନିକ ଜିମ୍‌ ସେଣ୍ଟର୍ ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ପାଇଁ ସହାୟକ ହେବ ବୋଲି ଆଇଆଇସି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.