ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖଦ୍ୟୋତ ଅନୁଷ୍ଠାନ ତରଫରୁ ଅଂଶୁଘାତ ଉପରେ ଏକ ଆଲୋଚନା ଚକ୍ର ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଉପସଭାପତି ରବିଚନ୍ଦ୍ର ପଶାୟତ ଆଗାମୀ ଗ୍ରୀଷ୍ମ ଋତୁରେ ତାପମାନ ବୃଦ୍ଧିକୁ ନେଇ ଆମକୁ ସଚେତନ ରହିବାକୁ ପଡିବ ଏବଂ ବିନା କାରଣରେ ଘରୁ ନ ବାହାରିବା ପାଇଁ ବାର୍ତ୍ତା ଦେଇଥିଲେ । ସଂପାଦକ ଆକୁଳ ବେହେରା ମୁଣ୍ଡରେ ଟୋପି ଓ ଛତା, ଚଷମା ଓ ସାଥିରେ ପାଣି ବୋତଲ ନେଇ ଘରୁ ବାହାରିବା ପାଇଁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ବିଡିଓ ପଂଚାନନ ସେଠ, ପରିବେଶବିଦ୍ ନୀଳମଣି ବିଶ୍ୱାଲ, ଧରଣିଧର ଷାଣ୍ଢ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ସହ ସହ-ସଂପାଦକ ରାଜେଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।