oom

ଖୋ-ଖୋ ବିଶ୍ଵ କପରେ ଯୋଗଦେବେ ଡେଲାଙ୍ଗର ଭରତ ଓ ଅନନ୍ୟା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଆସନ୍ତା ବର୍ଷ ଜାନୁଆରୀ ୧୩ରୁ ୧୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଖୋ-ଖୋ ବିଶ୍ଵ କପ ନିମନ୍ତେ ଭାରତୀୟ ପ୍ରଶିକ୍ଷଣ ଶିବିରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଗଜେନ୍ଦ୍ର ପ୍ରଧାନଙ୍କ ପୁତ୍ର ଭରତ କୁମାର ପ୍ରଧାନ (ବରକେରା) ଓ ଭୀମସେନ ପ୍ରଧାନଙ୍କ କନ୍ୟା ଅନନ୍ୟା ପ୍ରଧାନ (ମୁନିନ୍ଦା) ୨ଜଣ ଆଜି ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଏହି ପ୍ରଶିକ୍ଷଣ ଶିବିର ଜବାହରଲାଲ ନେହେରୁ ଷ୍ଟାଡିଅମ ଦିଲ୍ଲୀରେ ଆୟୋଜିତ ହେବ । ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନାର୍ଥେ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂ, ବିଦ୍ୟାଳୟ ପ୍ରତିଷ୍ଠାତା ଶଶାଙ୍କ ଚୂଡ଼ାମଣି, ସରପଞ୍ଚ ମୁନିନ୍ଦା ଶେଷଦେବ ବାରିକ, ବିଦ୍ୟାଳୟ ପୁରାତନ ଛାତ୍ର ସାଂସଦ ସଭାପତି ଅଧ୍ୟାପକ ତ୍ରିନାଥ ପରିଡା, ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଶ୍ରୀମତୀ ସବିତା ଦାସ, ଶିକ୍ଷକ ରମେଶ ଚନ୍ଦ୍ର ପରିଡା, ପ୍ରବୀର ମହାପାତ୍ର, ବୈଜୟନ୍ତୀ ମାଳା ହରିଚନ୍ଦନ, ସୁଶୀଲ ମୁକୁଟମାଣୀ ଓ ସୂର୍ଯ୍ୟ ନାରାୟଣ ଜେନା ସେମାନଙ୍କ ଶ୍ରେଷ୍ଠତା ପାଇଁ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଗ୍ରହଣରେ ସମ୍ବର୍ଦ୍ଧିତ କରି ଉଚ୍ଚାହର ସହ ବିଦାୟ ଦେଇଥିଲେ ।

jittmm
Leave A Reply

Your email address will not be published.