ଡେଲାଙ୍ଗରେ ଜିଲ୍ଲାସ୍ତରୀୟ ଖୋ ଖୋ ପ୍ରଶିକ୍ଷଣ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଖୋ ଖୋ ପ୍ରଶିକ୍ଷଣ ଶିବିର । ଚଳିତ ମାସ ତା୨୫/୧୧/୨୦୨୧ରିଖଠାରୁ ତା୧୧/୧୨/୨୦୨୧ରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାସ୍ତରୀୟ ବରିଷ୍ଠ ବିଭାଗର ଉଭୟ (ପୁରୁଷ, ମହିଳା) ଖୋ ଖୋ ପ୍ରଶିକ୍ଷଣ ଶିବିର ଡେଲାଙ୍ଗ ବ୍ଲକ ଅଧିନସ୍ତ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୁନିନ୍ଦା ପରିସରରେ ଅନୁଷ୍ଠିତ ହେବ । ଏହି ଶିବିରରେ ବିଭିନ୍ନ ବ୍ଲକର ଖୋ ଖୋ ଖେଳାଳି ଯୋଗଦେବା ନିମନ୍ତେ ପୁରୀ ଜିଲ୍ଲା ଖୋ ଖୋ ସଂଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ପ୍ରକାଶ କରିଛନ୍ତି । ଉକ୍ତ ଶିବିରରେ ତା ୧୦/୧୨/୨୦୨୧ରିଖରେ ଚୂଡାନ୍ତ ଶ୍ରେଷ୍ଠ ୧୨ ଜଣ ଉଭୟ ବିଭାଗରେ ଚୟନ କରାଯିବ । ଆସନ୍ତା ମାସ ତା୧୩/୧୨/୨୦୨୧ରିଖରେ ଅନୁଗୁଳଠାରେ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଏହି ଦଳ ଅଂଶଗ୍ରହଣ କରିବ । ଏହି ଶିବିରକୁ ପରିଚାଳନା କରିବେ ଚୌଧୁରୀ ପାର୍ଥସାରଥୀ ମହାପାତ୍ର, ତପନ କୁମାର ଦାସ, ସୂର୍ଯ୍ୟନାରାୟଣ ଜେନା, ଜୟନ୍ତ କୁମାର ରାୟ, ଦେବୀପ୍ରସାଦ ଦାସ ଓ ସୀତାକାନ୍ତ ରାଉତରାୟ । ଇଛୁକ ଥିବା କ୍ରୀଡ଼ାବିତ ୯୪୩୭୦୪୨୭୫୨, ୭୦୦୮୮୩୮୨୮୬ ଏହି ନମ୍ବରରେ ଯୋଗାଯୋଗ କରିବାକୁ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.