ଦିବ୍ୟାଙ୍ଗ ନେତା କ୍ଷେତ୍ରମଣିଙ୍କ ଦେହାନ୍ତ : କାନ୍ଧଦେଲେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଛେତଗାଁ ଗ୍ରାମରେ କ୍ଷେତ୍ରମଣି ପଟେଲ ଜଣେ ଦିବ୍ୟାଙ୍ଗ, ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ମନରେ ଗଭୀର ଆତ୍ମା ବିଶ୍ୱାସ ଯୋଗୁଁ ଗାଁରେ ଏକ ପାନ ଦୋକାନ କରି ବାପା, ମାଁ ପରିବାରଙ୍କ ସହ ରହୁଥିଲେ । ଏକ ତିନି ଚକିଆ ସାଇକେଲ ଯୋଗେ ୨୦୦୮ ମସିହାରେ ପାଇକମାଲରୁ ପଦ୍ମପୁର କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟାକ୍ରମରେ ଦୀର୍ଘ ୩୦ କିଲୋମିଟର ପଦଯାତ୍ରାରେ ସାମିଲ ହୋଇଥିଲେ । ସେ ଭାରତୀୟ ଜନତା ପାର୍ଟିର ଜଣେ ସକ୍ରୀୟ ସଦସ୍ୟ ଭାବେ ୩ ଚକିଆ ସାଇକେଲରେ ବିଭିନ୍ନ ଗାଁ ଗାଁ ବୁଲି ବିଜେପି ସଂଗଠନ ସାମିଲ ହୋଇଥିଲେ । ଆଜି ଭୋରରୁ ୪୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ଖବର ପାଇଁ ବରିଷ୍ଠ ବିଜେପି ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ, ପାଇକମାଲ ମଣ୍ତଳ ସଭାପତି ଶ୍ରୀ କୈଳାସ ଦିଶ୍ରୀ, ରାଜେନ୍ଦ୍ର ସେଠଙ୍କ ସମେତ ବିଜେପି ଓ ଗାଁର ଶହ ଶହ ଲୋକ ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ କ୍ଷେତ୍ରମଣି ପଟେଲଙ୍କ ମର ଶରୀରକୁ ଅନ୍ତିମ ସଂସ୍କାରରେ ନେବାବେଳେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତାଙ୍କ କାନ୍ଧରେ ବୋହିଥିବା ଦେଖିବାକୁ ମିଳିଛି । ଏହା ଲୋକଙ୍କ ଭିତରେ ଚର୍ଚ୍ଚାର ବିଷୟ ପାଳଟିଛି ।

Leave A Reply

Your email address will not be published.